ପାଟଣା ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ

ପାଟଣା,ତା୨୦/୦୩(ଓଡିଆ ପୁଅ/ଅଭିମନ୍ୟୁ)କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ପାଟଣା ବ୍ଲକ ପରିସରରେ ସର୍ବଶିକ୍ଷା ଅଭିଯାନ ଓ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ଆଜି ଅନୁଷ୍ଠିତ ହୋଇଯାଇଛି । ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାୟକ,ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ଉପସ୍ଥିତିରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜୟକୃଷ୍ଣ ବାରିକ, ପାଟଣା ବିଡିଓ କୁଶଳ ଚନ୍ଦ୍ର ନାଏକ, ବ୍ଲକ ଆକାଉଣ୍ଟ ଅଫିସର ଧନେଶ୍ୱର ନାୟକ, ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ପୀତବାସ ସାହୁ, ପାଟଣା ବ୍ଲକ ଶିକ୍ଷାଧିକାରୀ ଚତୁର୍ଭୁଜ ସେଠୀ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଶିବିର ଉଦ୍ଘାଟିତ ହୋଇଥିଲା । ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ପ୍ରବୀର କୁମାର ଦେଓ, ବିଆର୍ଟି ରଜନୀ ନାଏକ ଓ ମୀନକେତନ ପାତ୍ର ପ୍ରମୁଖ ଶିବିରକୁ ଆଗତ ଭିନ୍ନକ୍ଷମମାନଙ୍କର ପଞ୍ଜିକରଣ।କରିଥିଲେ । ଡକ୍ଟର ବିବି ମିଶ୍ର, ଡକ୍ଟର ଆରଆର୍ ଭଞ୍ଜ, ଡକ୍ଟର ଏପି ନାୟକ, ସତ୍ୟାନନ୍ଦ ମଙ୍ଗରାଜ, ସୁଧିର କୁମାର ମିଶ୍ର, ସୁମନ କୁମାର ରଣା, କମଳାକାନ୍ତ ବାରିକ ଓ ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଶିବିରକୁ ଆଗତ ଚକ୍ଷୁ, କର୍ଣ୍ଣ, ପ୍ରମାଣପତ୍ର ପାଇଁ ରେଜିଷ୍ଟେ୍ରସନ ଆଦି ଦାୟୀତ୍ୱ ସଂପନ୍ନ କରିଥିଲେ । ଶିବିରରେ ବିଭିନ୍ନ ବର୍ଗର ୧୫୦ଜଣ ଶିଶୁ ଦିବ୍ୟାଙ୍ଗ ଓ ୧୪୯ଜଣ ସାଧାରଣ ବୟସର।ଦିବ୍ୟାଙ୍ଗ ଓ ସେମାନଙ୍କ ସହାୟକଙ୍କୁ ମିଶାଇ ଅନୁ୍ୟନ ୬ଶହ ଶିବିରାର୍ଥୀ ଯୋଗ ଦେଇଥିଲେ । ଶିବିରରେ ଚିହ୍ନଟ ଦିବ୍ୟାଙ୍ଗମାନଙ୍କୁ ହୁଇଲଚେୟାର,ତିନିଚକିଆ ସାଇକେଲ, ଚଷମା ଆଦି ଯୋଗାଇ ଦିଆଯିବା ସହ କେତେକ ଦିବ୍ୟାଙ୍ଗଙ୍କ ଅସ୍ତେ୍ରାପଚାର କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜୟକୃଷ୍ଣ ବାରିକ ସୂଚନା ଦେବା ସହ ଜଣେ ଦିବ୍ୟାଙ୍ଗଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସ୍ୱଳ୍ପସୁଧରେ ଋଣ ଏବଂ ୩ଜଣ ଦିବ୍ୟାଙ୍ଗଙ୍କୁ ଦକ୍ଷତାବୃଦ୍ଧି ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *