ପାଟଣା ବ୍ଲକସ୍ତରୀୟ ବିଜୁ ଯୁବବାହିନୀ ସଚେତନତା କର୍ମଶାଳା

ପାଟଣା , ତା୦୮/୦୮(ଓଡ଼ିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ୨୦ଟି ପଞ୍ଚାୟତର ବିଜୁ ଯୁବ ବାହିନୀର ସଭାପତି, ସଂପାଦକ ଓ କୋଷାଧ୍ୟକ୍ଷଙ୍କୁ ନେଇ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଏକ ବ୍ଲକସ୍ତରୀୟ କର୍ମଶାଳା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ପାଟଣା ବ୍ଲକ ଯୁବ ବିଜେଡି ସଭାପତି ତଥା ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ପାଟଣା ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଡିଓ କୁଶାଲ ଚନ୍ଦ୍ର ନାଏକ, ବ୍ଲକ ବିତ୍ତ ଅଧିକାରୀ ଧନେଶ୍ୱର ନାୟକ, ଓସ୍କା ସଂଗଠନର କାର୍ଯ୍ୟକ୍ରମ ପରିଚାଳକ ପ୍ରେମାନନ୍ଦ ସେନାପତି, ବିଜୁ ଯୁବବାହିନୀ ବ୍ଲକ ସଂଯୋଜିକା ବେବୀରାଣୀ ମହାପାତ୍ର,ଓସ୍କା ସଂଯୋଜକ ମିତ୍ରଭାନୁ ମହାନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ ।

Leave a Reply

Your email address will not be published. Required fields are marked *