ଓଡ଼ିଶା

ପାଟଣା ବ୍ଲକରେ ଭତ୍ତା ବଣ୍ଟନ ମେଳା

ପାଟଣା,ତା୧୮/୦୯(ଓଡିଆ ପୁଅ/ଅଭିମନ୍ୟୁ)କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସଭାଗୃହରେ ୨୦ଟି ପଞ୍ଚାୟତର ୯୫୦ଜଣ ହିତାଧିକାରୀ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ଓ ଅସହାୟା ଅବିବାହିତା ମହିଳାଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭତ୍ତା ବଣ୍ଟନ କରାଯାଇଛି । ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁଶଳ ଚନ୍ଦ୍ର ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭତ୍ତା ବଣ୍ଟନ ମେଳାରେ ମୁଖ୍ୟ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକଙ୍କ ଦ୍ୱାରା ହିତାଧିକାରୀଙ୍କୁ ଭତ୍ତା କାର୍ଡ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏବିଡିଓ ପ୍ରଫୁଲ୍ଲ କୁମାର ନାୟକ , ବିତ୍ତ ଅଧିକାରୀ ଧନେଶ୍ୱର ନାୟକ, ୨୩ନଂ ଜିଲା ପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ,ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା , କେନ୍ଦେଇପଶି ସରପଞ୍ଚ ନିତ୍ୟାନନ୍ଦ ମହାପାତ୍ର , ଖିରେଇଟାଙ୍ଗିର ସରପଞ୍ଚ ବନଜ କୁମାର ନାୟକ , ବଡପାଟଣା ସରପଞ୍ଚ ଚନ୍ଦ୍ରଶେଖର ନାୟକ, ମୂଷାଖୋରୀ ସରପଞ୍ଚ ଭାମାମଣୀ ଦାସ ସମେତ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟକ୍ରମ ରେ ସାମିଲ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top