ad
କେନ୍ଦୁଝର

ପାଟଣା ବ୍ଲକରେ ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଦିବସ

ପାଟଣା,୦୫-୦୩(ଓଡ଼ିଆ ପୁଅ) ପାଟଣା ବ୍ଲକସ୍ତରୀୟ ପଞ୍ଚାୟତିରାଜ ଦିବସ ବ୍ଲକ ପରିସରରେ ବ୍ଲକଅଧ୍ୟକ୍ଷ ଜଗନ୍ନାଥ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପାର୍ଥସାରଥି ବେଜ ସଂଯୋଜନା କରିଥିବା ବେଳେ ବରେଣ୍ୟ ଅତିଥି ଭାବେ ସମାଜସେବୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ, ପାଟଣା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଶଙ୍କର୍ଷଣ ସାହୁ, ବ୍ଲକ ଭାରପ୍ରାପ୍ତ ବିଡିଓ ପ୍ରଫୁଲ୍ଲ କୁମାର ନାୟକ, ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ ଇଂ ପରୁୁଷୋତ୍ତମ ସାହୁ, ବ୍ଲକ ବିତ୍ତ ଅଧିକାରୀ ଧନେଶ୍ୱର ନାୟକ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ସମାଜସେବୀ ତଥା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି ଓ ସମିତିସଭ୍ୟ ମିତ୍ରଭାନୁ ମହାନ୍ତ ପ୍ରମଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ବରେଣ୍ୟ ଅତିଥିଗଣ ପ୍ରବାଦପରୁୁଷ ୰ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସମାଜସେବୀ ବିଦ୍ୟାଧର ଦାଶ ବିଜୁବାବୁଙ୍କ ଚିନ୍ତାଧାରାକୁ ଆଜିର ଲୋକ ପ୍ରତିନିଧିମାନେ ଅନୁସରଣ କରି ଗରୀବ ଓ ନିଷ୍ପେସିତଙ୍କ କଲ୍ୟାଣ କରିବାକୁ ଆହ୍ୱାନ ଦେଇଥିବାବେଳେ ବିଜୁବାବୁଙ୍କ ଭଳି ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ପଞ୍ଚାୟତିରାଜ ଦିବସରେ ସାଧାରଣ ଜନତାଙ୍କ ଉନ୍ନତି ହିଁ ଉପଯକ୍ତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ମତ ଦେଇଥିଲେ । ବ୍ଲକ ଜିପିଓ ରଶ୍ମୀରେଖା ମହାନ୍ତି , ମଙ୍ଗଳ ସଂପ୍ରସାରଣ ଅଧିକାରୀ ପ୍ରବୀର କୁମାର ଦେଓ ଏବଂ ଏପିଓ ଦୀପକ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top