ଓଡ଼ିଶା

ପାଟଣା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି

ପାଟଣା,ତା୨୭/୦୮(ଓଡିଆ ପୁଅ/ଅଭିମନ୍ୟୁ)କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପାଟଣା ବ୍ଲକ ସଭା ଗୃହରେ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ , ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଜୟନାରାୟଣ ପଙ୍କଜ ଆପତ୍ତି ଅଭିଯୋଗ ଶୁଣାଣି କରିଥିବା ବେଳେ କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନୃସିଂହ ଚରଣ ସ୍ବାଇଁ, ଜିଲ୍ଲା ମଙ୍ଗଳଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାଶ , ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଏଡିଏମଓ ଡକ୍ଟର ସୁଧାଂଶୁ ଶେଖର ବଳ , ପାଟଣା ବିଡ଼ିଓ କୁଶଳ ଚନ୍ଦ୍ର ନାଏକ , ପାଟଣା ଗୋଷ୍ଠୀସ୍ବାସ୍ଥକେନ୍ଦ୍ର ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼କ୍ଟର ପୁରୁଷୋତ୍ତମ ମହାନ୍ତ , ପୋଲିସ ଏସଡିପିଓ ସିଲଭରିୟସ୍ ଟୋପ , ପାଟଣା ଥାନାଧିକାରିଣୀ ପ୍ରମୋଦିନୀ ସାହୁ , ପାଟଣା ତହସିଲଦାର ଧନେଇ ଚରଣ ଟୁଡୁ , ବିତ୍ତ ଅଧିକାରୀ ଧନେଶ୍ୱର ନାୟକ, ପାଟଣା ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ସାହୁ , ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଲଡିଏମ ମନୋଜ କୁମାର ଶାସାନି ପ୍ରମୁଖ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଜନଶୁଣାଣୀ ରେ ଜିଲ୍ଲାପାଳ ଙ୍କୁ ସହଯୋଗ କରିଥିଲେ । ଅଭିଯୋଗ ଶୁଣାଣି ରେ ମୋଟ ୪୪ଜଣ ଅଭିଯୋଗକରୀ ଅଭିଯୋଗ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ଖାଦ୍ୟ ସୁରକ୍ଷା ଯୋଜନା ରେ ପଡିକାର୍ଡ , ଭତ୍ତା , ପାନୀୟ ଜଳ ନିମନ୍ତେ ଦରଖାସ୍ତ କରିଥିବା ବେଳେ ଦିବ୍ୟାଙ୍ଗ ଶିଶୁ ଙ୍କୁ ସ୍ଵତନ୍ତ୍ର ସହାୟତା ସମ୍ବନ୍ଧୀୟ ଅଭିଯୋଗ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top