ପାଟଣା ବ୍ଲକରେ ଉନ୍ନୟନ କାମ ବାଟବଣା: ବିନା ସୂଚନା ଫଳକରେ ଚାଲିଛି କଂକ୍ରିଟ କାମ ଉପସ୍ଥିତ ରହୁ ନାହାନ୍ତି ଯନ୍ତ୍ରୀ ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ନିମ୍ନମାନର କାମ ହେଉଥିବା ଗ୍ରାମବାସୀଙ୍କ ଅଭିଯୋଗ

‌ତୁରୁମୁଙ୍ଗା ୮-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ଗାଁ ରାସ୍ତା ଆଉ କଚା ନ ରହିବା ପାଇଁ ସରକାର କଂକ୍ରିଟ ରାସ୍ତା କରିବା ପାଇଁ ଵିଭିର୍ଣ୍ଣ ଯୋଜନା ମାଧ୍ୟମରେ ପକ୍କା ରାସ୍ତା କରାଯାଉଥିବା ଡିଣ୍ଡମ ପିଟି ପ୍ରତ୍ୟେକ ଗ୍ରାମରେ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବ୍ଲକ ପ୍ରଶାସନର ଦାଇତ୍ୱ ହୀନ ଓ ଖାମଖିଆଲି ମନୋଭାବ ଯୋଗୁଁ ଏବେ ଉନ୍ନୟନ କାମ ବାଟ ବଣା ହେଉଥିବା ଦେଖିବାକୁ ମିଳିଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ବ୍ଲକର ୨୦ ଟି ପଞ୍ଚାୟତ ଉନ୍ନୟନ କାମ ବାଟବଣା ହୋଇଛି। ଉନ୍ନୟନ କାମକୁ ଠିକ ତଦାରଖ କରିବା ପାଇଁ ୨୦ ଟି ପଞ୍ଚାୟତ ପାଇଁ ୧୦ ଜଣ ଯନ୍ତ୍ରୀ ନିୟୋଜିତ ହୋଇଛନ୍ତି। କିନ୍ତୁ କାମ ଚାଲିଥିବା ସମୟରେ କୌଣସି ଯନ୍ତ୍ରୀ ଉପସ୍ଥିତ ରହୁନଥିବାରୁ କାମ ଠିକ ହେଉନଥିବା ସଧାରଣରେ ଅଭିଯୋଗ ହେବା ସହିତ ଵିଭିର୍ଣ୍ଣ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକର ଖିରେଇ ଟାଙ୍ଗିରି ପଞ୍ଚାୟତର ଖିରେଇ ଟାଙ୍ଗିରି ଗ୍ରାମର ମହାରଣା ସାହି ଠାରୁ ଏକ କଂକ୍ରିଟ କାମ ଚାଲି ଥିବା ବେଳେ ଠିକାଦାର ଜଣକ ବିନା ସୂଚନା ଫଳକରେ କଂକ୍ରିଟ କାମ ସାରି ଦେଇଛନ୍ତି। ହେଲେ ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ନିୟମ ଅନୁସାରେ କାର୍ଯ୍ୟ ଆରମ୍ବ ପୂର୍ବରୁ ସୂଚନା ଫଳକ ଲଗାଇ କାମର ସବିଶେଷ ବିବରଣୀ ଲେଖା ଯିବା କଥା କାର୍ଯ୍ୟଟି କୋଉ ଯୋଜନାରେ ଓ କେତେ ଟଙ୍କା ବ୍ୟୟରେ ହେଉଛି ତାହା ସୂଚନା ଫଳକରେ ଲେଖାଯିବା କଥା କିନ୍ତୁ ଏଥି ଠିକାଦର ଜଣକ ଜଣ ସାଧାରଣଙ୍କୁ ଅନ୍ଧାରରେ ରଖି ବିନା ସୂଚନା ଫଳକରେ କାର୍ଯ୍ୟ କରି ସାରିଛନ୍ତି। ଠିକାଦାର ଠାରୁ ଆରମ୍ଭ କରି ବ୍ଳକ କର୍ତ୍ତୃପକ୍ଷ ଠିକାଦାର ଓ ଯନ୍ତ୍ରୀଙ୍କର ମଧୁଚନ୍ଦ୍ରୀକା ଚାଲିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପାଟଣା ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ସାହୁଙ୍କୁ ପଚାରିବାରୁ ସେ କହିଲେ ସରକାରଙ୍କ ନିୟମ ଅଛି ଯେ କୌଣସି କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରଥମେ ସୂଚନା ଫଳକ ଲାଗିବା କଥା କିନ୍ତୁ ଏହି କାମରେ ମୁଁ ଯାଇ ମଧ୍ୟ ବ୍ୟତିକ୍ରମ ଦେଖିବାକୁ ପାଇଛି ଏବଂ ସୂଚନା ଫଳକ ଲଗାଇବାକୁ ଆଦେଶ ଦେଇଛି। କିନ୍ତୁ ଏଠି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଯୋଉଠି ନିୟମ ଅଛି କାର୍ଯ୍ୟ ଅରମ୍ଭରୁ ସୂଚନା ଫଳକ ନ ହେଲେ ଆରମ୍ଭ ହୋଇ ପାରିବନି ସେଠି କିପରି ଠିକାଦାର କାମକୁ ସମ୍ପୂର୍ଣ୍ଣ କରିଛନ୍ତି। ଏ ସମ୍ପର୍କରେ ଖିରେଇଟାଙ୍ଗିରି ପଞ୍ଚାୟତର ଦାଇତ୍ୱରେ ଥିବା ଯନ୍ତ୍ରୀ ସ୍ନେହାଶିଷ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଏ କଂକ୍ରିଟ କାମଟି ମହାରଣା ସାହିର ୨ ଲକ୍ଷ ୩୦ ହଜାର ଟଙ୍କା ବିନିମୟରେ ୨୦୫ ମିଟର ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ତେବେ କୋଉ ପରିସ୍ଥିତିରେ ଠିକାଦାର ବିନା ସୂଚନା ଫଳକରେ ରାସ୍ତା କାର୍ଯ୍ୟଟି ସମ୍ପୂର୍ଣ୍ଣ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥି ପ୍ରତି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଧିବଦ୍ଧ ତଦନ୍ତ କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *