ଓଡ଼ିଶା

ପାଟଣା ବ୍ଲକରେ ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ : ୧୦୪ଗୋଟି ପ୍ରକଳ୍ପ ପାଇଁ ୪କୋଟି ୮୦ଲକ୍ଷ

ପାଟଣା, ତା୨୮/୦୮(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଳକର ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ବ୍ଲକ ଅଞ୍ଚଳର ୧୦୪ ଗୋଟି ପ୍ରକଳ୍ପକୁ ମଞ୍ଜୁର ପ୍ରଦାନ କରିଛନ୍ତି। ଏଥିରେ ୪କୋଟି ୮୦ ଲକ୍ଷ ବ୍ୟୟ ବରାଦ କରାଯାଇଛି। ଆଜି ପୂର୍ବାହ୍ନରେ ପାଟଣା ମିନିଷ୍ଟାଡିଅମ ଠାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ପାଟଣା ବ୍ଲକର ୨୦ଟି ପଞ୍ଚାୟତ ରୁ ଅନ୍ୟୁନ ୧୦ହଜାରରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହା ଲୋକମାନଙ୍କର ଟଙ୍କା ଏବଂ ରାଜ୍ୟବାସୀଙ୍କ ଟଙ୍କା ବୋଲି କହିବା ସହିତ ଭଲ ଭାବରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରନ୍ତୁ ଏବଂ ଶୀଘ୍ର ଶେଷ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ପିଡି ଡିଆରଡିଏ ନୃସିଂହଚରଣ ସ୍ବାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଂଜୀବ ବାରିକ ଉପସ୍ଥିତିରେ ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପାଟଣା ବିଧାୟକ ହୃଷିକେଶ ନାଏକ, କେନ୍ଦୁଝର ସାଂସଦ ଶକୁନ୍ତଳା ଲାଗରୀ, ସୂତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ରାମରାୟ ମୁନ୍ଦରାୟ, ପାଟଣା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ମେୟର ଅନନ୍ତ ନାରାୟଣ ଜେନା, ଜିଲ୍ଲାପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ଜିଲ୍ଲା ଯୁବ ବିଜେଡି ସଭାପତି ସୈମ୍ୟ ଶଙ୍କର ଚକ୍ର, ବଡସାହି ପ୍ରଭାରୀ ଯୁବନେତା ଇଁ ବିନୋଦ କୁମାର ନାଏକ, କେନ୍ଦୁଝର କେନ୍ଦ୍ର ସମବାୟ ସଭାପତି କାନନ ବିହାରୀ ପୋହି, ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ପାଟଣା ଲ୍ୟାମ୍ପ ସଭାପତି ବିଶ୍ବନାଥ ନାୟକଙ୍କ ସମେତ ୨୦ଟି ପଞ୍ଚାୟତର ବିଜୁ ଯୁବ ବିହିନୀ, ବହୁ ସ୍ବୟଂ ସହାୟକ ଗୋଷ୍ଠୀ, ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ରହିଥିବା ବେଳେ ପାଟଣା ବିଡ଼ିଓ କୁଶଳ ଚନ୍ଦ୍ର ନାଏକ ଙ୍କ ସହ ସମସ୍ତ ବ୍ଲକ ଅଧିକାରୀ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ବେଳେ ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ବ୍ଲକ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top