ଓଡ଼ିଶା

ପାଟଣା ବିଜୁ ଯୁବବାହିନୀ ପକ୍ଷରୁ ବ୍ଲକ୍ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପାଟଣା,ତା୦୬/୧୨(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ବିଜୁ ଯୁବବାହିନୀ ପକ୍ଷରୁ ବ୍ଲକ୍ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ପାଟଣା ମିନି ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି । ବ୍ଲକର ୨୦ଟି ପଞ୍ଚାୟତର କ୍ରିକେଟ ଟିମ କୁ ନେଇ ଏହି ତିନି ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ପାଟଣା ବିଡ଼ିଓ କୁଶଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିବା ବେଳେ କାର୍ଯ୍ୟକ୍ରମ ରେ ଓସ୍କା ବ୍ଲକ୍ ସଂଯୋଜକ ମିତ୍ରଭାନୁ ମହାନ୍ତ, ବିଜୁ ଯୁବବାହିନୀ ବ୍ଲକ୍ ସଂଯୋଜିକା ବେବୀରାଣୀ ମହାପାତ୍ର, ବିଜୁ ଯୁବ ବାହିନୀ ସଭାପତି ଅବିନାଶ ଦାଶ, ଦେବବ୍ରତ ବେହେରା, ସୁବ୍ରତ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ । କ୍ରୀଡା ଶିକ୍ଷକ ଧର୍ମେନ୍ଦ୍ର କୁମାର ସାହୁ ଓ ଶିକ୍ଷକ ପାର୍ଥ ସାରଥୀ ବେଜ କ୍ରିଡା ପରିଚାଳନା କରିଥିବା ବେଳେ ଚିନ୍ମୟ ଦାଶ ଅମ୍ପାୟାର ଭାବେ କାର୍ଯ୍ୟ କରିଥିଲେ । ଖେଳ ର ଧାରା ବିବରଣୀ ଦେବାଶିଷ ନାଏକ ପ୍ରଦାନ କରିଥିଲେ । ବ୍ଲକର ୨୦ଟି ପଞ୍ଚାୟତ ର ୨୦ଟି କ୍ରିକେଟ ଦଳ ମଧ୍ୟରୁ ୧୮ଜଣ ବଛା ବଛା ଖେଳାଳିଙ୍କୁ ନେଇ ପାଟଣା ବ୍ଲକ ସ୍ତରୀୟ ଦଳ ଆଗାମୀ ୧୦ତାରିଖରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣାଆମେଣ୍ଟରେ ଅଂଶ ଗ୍ରହଣ କରିବା ନେଇ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top