ad
ଓଡ଼ିଶା

ପାଟଣା – ପୋଲିସ ପକ୍ଷରୁ ସହୀଦ ଦିବସ

ପାଟଣା,ତା୦୧/୦୨(ଓଡିଆ ପୁଅ/ଅଭିମନ୍ୟୁ)କେନ୍ଦୁଝର ଜିଲ୍ଲା ପାଟଣା ପୋଲିସ ପକ୍ଷରୁ ସହୀଦ ଦିବସ ପାଳିତ ହୋଇଯାଇଛି । କରାପୁଟ ଜିଲ୍ଲା ସୁଙ୍କି ଘାଟିରେ ମାଓବାଦୀ ଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣ ରେ ସହୀଦ ହୋଇଥିବା ପାଟଣା ଥାନା ଅନ୍ତର୍ଗତ ଚୁଟିଆପଶି ଗ୍ରାମର ସହୀଦ ସଞ୍ଜୟ କୁମାର ଦାସ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଆଜି ପାଟଣା ପୋଲିସ ପକ୍ଷରୁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଓ ଭାଲିଆଡାଳ ଉଚ୍ଚ ବିଦ୍ୟାଳୟ ରେ ପୃଥକ୍ ପୃଥକ୍ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ସହୀଦ ସଞ୍ଜୟ ଗତ ୨୦୧୪ ମସିହା ଡିସେମ୍ବର ୮ ତାରିଖ କରାପୁଟ ଜିଲ୍ଲା ରେ ଓଏସ୍ଏପି ଭାବେ କାର୍ଯ୍ୟରେ ଯୋଗ ଦେଇ କାର୍ଯ୍ୟରତ ଥିବା ସମୟରେ ଗତ ୧ ଫେବୃଆରୀ ରେ ସୁଙ୍କି ଘାଟି ଲ୍ୟାଣ୍ଡମାଇନ ବିସ୍ପୋରଣରେ ସହୀଦ ହୋଇଥିଲେ । ପାଟଣା ଥାନାଧିକାରିଣୀ ପ୍ରମୋଦିନୀ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସହୀଦ ସଞ୍ଜୟ ସ୍ମୃତି ସଭାରେ ସମାଜସେବୀ ବିଦ୍ୟାଧର ଦାଶ , ଶିକ୍ଷାବିତ ଭରତଚନ୍ଦ୍ର ସାହୁ , ବରିଷ୍ଠ ସାମ୍ବାଦିକ ନୃସିଂହନାଥ ସିଂହ , ମହେଶ୍ବର ପୃଷ୍ଟି , ପାଟଣା କଲେଜ ଅଧ୍ୟକ୍ଷ ଶଙ୍କରଷଣ ସାହୁ ପ୍ରମୁଖ ଉପସ୍ଥିତ ରହି ସହୀଦ ସଞ୍ଜୟ ଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପାଟଣା ପୋଲିସ ତରଫରୁ ପୁରଷ୍କୃତ କରାଯିବା ସହ ସହୀଦ ଙ୍କ ଧର୍ମ ପତ୍ନୀ ବୀଣାପାଣି ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top