ପାଟଣା, ତା୨୭/୦୨(ଓଡିଆ ପୁଅ/ଅଭିମନ୍ୟୁ)କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ କେତେକ ହାଟରେ ଜୁଆଖେଳ ଚାଲୁଥିବା ଖବର ପାଇ ପାଟଣା ପୋଲିସ ସୋମବାର ଅପରାହ୍ନ ରେ ବିଲା ହାଟରେ ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ସହ ଜୁଆଖେଳ ରେ ସଂପୃକ୍ତ ଥିବା ଦେବରାଜ ରାଉତ (୩୨) ଓ ଦିଲ୍ଲୀପ କୁମାର ନାଏକ (୩୧) ଙ୍କୁ ପୋଲିସ ଗିରଫ କରିଛି। ଏମାନଙ୍କ ଠାରୁ ନଗଦ ୨୭୦ଟଙ୍କା ଜବତ କରିବା ସହ ଜୁଆଖେଳ ରେ ବ୍ୟବହୃତ ହେଉଥିବା ଗୋଟି, ପାଲି, ଡାଲା ଇତ୍ୟାଦି ଜବତ କରାଯାଇଛି। ପାଟଣା ଥାନାଧିକାରିଣୀ ପ୍ରମୋଦିନୀ ସାହୁ ଙ୍କ ନେତୃତ୍ବ ରେ ଏଏସଆଇ ଅଶୋକ କୁମାର ନାୟକ ଓ ସୁଧାଂଶୁ ଶେଖର ଜେନା ପ୍ରମୁଖ ଚଢ଼ାଉ ରେ ସାମିଲ ଥିଲେ।

Loading...