ପାଟଣା ତହସିଲ ଘେରିଲେ ଚାଷୀ ,ତହସିଲଦାର ଙ୍କୁ ଦାବୀପତ୍ର

ପାଟଣା,ତା୧୩/୧୧(ଓଡିଆ ପୁଅ/ଅଭିମନ୍ୟୁ)କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜି ପଞ୍ଚାୟତ ର ୪ଟି ଗ୍ରାମରେ ରୋଗପୋକ ଯୋଗୁଁ ଧାନଚାଷ ଅଗାଡି ହୋଇଯାଇଥିବା ପ୍ରତିବାଦରେ ପଞ୍ଚାୟତବାସୀଙ୍କ ପକ୍ଷରୁ ସରପଞ୍ଚ ସୁମିତ୍ରା ବେହେରା ଓ ସମିତିସଭ୍ୟା ଧରିତ୍ରୀ ମହାନ୍ତଙ୍କ ନେତୃତ୍ୱରେ କିଛି ଚାଷୀ ପାଟଣା ତହସିଲ ଘେରି ତହସିଲଦାର ଧନେଇ ଚରଣ ଟୁଡୁଙ୍କ କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ଚାଷ କ୍ଷୟକ୍ଷତିର ମିଳିତ ଅନୁଧ୍ୟାନ କରି ମରୁଡି ଓ ଚାଷ ନଷ୍ଟ କ୍ଷତିପୂରଣ ଦେବା ସହ ୨୦୧୫ର ବକେୟା ମରୁଡି କ୍ଷତିପୂରଣ ପ୍ରଦାନ ପାଇଁ ସେମାନେ ତହସିଲଦାରଙ୍କ ନିକଟରେ ଦାବି ରଖିଛନ୍ତି ।

Leave a Reply

Your email address will not be published. Required fields are marked *