କେନ୍ଦୁଝର

ପାଟଣା ଅବକାରୀ ବିଭାଗର ଚଢ଼ାଉ ୩୪ଲି ମହୁଲୀ ମଦ ଜବତ ୪ଗିରଫ

ତୁରୁମୁଙ୍ଗା ୨୪-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) ପାଟଣା ଅବକାରୀ ବିଭାଗ ତରଫରୁ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିର୍ଣ୍ଣ ସ୍ଥାନରେ ଚଢ଼ାଉ କରି ବେଆଇନ ମଦ କାରବାର ଆଭିଯୋଗରେ ୩୪ଲିଟର ମହୁଲୀ ମଦ ଜବତ କରିବା ସହ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ବ୍ୟକ୍ତି ହେଉଛନ୍ତି ଖିରେଇଟାଙ୍ଗିର ଗ୍ରାମର ଶ୍ରାବଣୀ ନାଏକ(୪୦)ଙ୍କ ଠାରୁ ୧୧ ଲିଟର ବୈଜୟନ୍ତୀ ନାଏକ(୪୫)ଙ୍କ ଠାରୁ ୧୨ଲିଟର କଣ୍ଟିଆ ପଡାଗ୍ରାମର କାଳିଆ ବେହେରା (୨୫)ଙ୍କ ଠାରୁ ୫ଲିଟର ଓ ମଣ୍ଟୁ ବେହେରା(୩୦)ଙ୍କ ଠାରୁ ୬ ଲିଟର ମହୁଲି ମଦ ଜବତ ହୋଇ ଥିବା ପାଟଣା ଅବକାରୀ ଉପନିରୀକ୍ଷକ ନରେନ୍ଦ୍ର କୁମାର ପ୍ରଧାନ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top