ଅପରାଧ

ପାଟଣା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ୪ଗିରଫ

ପାଟଣା,ତା୨୪/୦୮(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇଥିବା ବେଳେ ମୋଟ ୪ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଖିରେଇଟାଙ୍ଗିରୀ ଗ୍ରାମରୁ ସରସ୍ୱତୀ ନାଏକ (୪୦)ଙ୍କ ଠାରୁ ୧୧ଲିଟର ମହୁଲି ମଦ ଏବଂ ବୈଜୟନ୍ତ ନାଏକ(୪୫) ଙ୍କଠାରୁ ୧୨ଲିଟର ମହୁଲି ମଦ ଜବତ କରାଯାଇଥିବାବେଳେ କଣ୍ଟିଆପଡା ଗ୍ରାମରୁ କାଳିଆ ବେହେରା(୨୫) ଙ୍କଠାରୁ ୫ଲିଟର ମହୁଲି ମଦ ଓ ମଣ୍ଟୁ ବେହେରା(୨୫)ଙ୍କ ଠାରୁ ୬ଲିଟର ମହୁଲି ମଦ ଜବତ କରାଯାଇଛି । ଏହି ଚଢ଼ାଉରେ ପାଟଣା ଅବକାରୀ ସବ୍ଇନ୍ସପେକ୍ଟର ନରେନ୍ଦ୍ର କୁମାର ପ୍ରଧାନ ଓ କେନ୍ଦୁଝର ଅବକାରୀ ସବ୍ଇନ୍ସପେକ୍ଟର ସିଦ୍ଧେଶ୍ବର ବେସ୍ରା ଚଢ଼ାଉର ନେତୃତ୍ୱ ନେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top