କେନ୍ଦୁଝର

ପାଟଣାରେ ସେଣ୍ଟ ଜାଭିୟର ସ୍କୁଲ ଉଦଘାଟିତ

ପାଟଣା,ତା୨୧/୧୦(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା କଲେଜ ନିକଟରେ ରବିବାର ‘ଆଶା ଦି ଲାଇଟ୍ ଏଜୁକେଶନ’ ଟ୍ରଷ୍ଟ ପକ୍ଷରୁ ନୂତନ ଶିକ୍ଷାୟତନ ସେଣ୍ଟ ଜାଭିୟର ସ୍କୁଲ ମୁଖ୍ୟ ଅତିଥି ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୃଷିକେଶ ନାଏକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ପ୍ରତିଷ୍ଠାତା ଅଜୟ କୁମାର ଦାଶଙ୍କ ଅଧ୍ୟକ୍ଷତା ଓ ପାର୍ଥସାରଥି ବେଜଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦ୍ଘାଟନ ସଭାରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୃଷିକେଶ ନାଏକ , ମୁଖ୍ୟବକ୍ତା ଭାବେ ଡକ୍ଟର ଅବନୀକାନ୍ତ ଦାଶ, ସମ୍ମାନୀତ ଅତିଥି ଭାବେ ସମାଜସେବୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ, ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ, ସରପଞ୍ଚ ଚନ୍ଦ୍ରଶେଖର ନାଏକ, ଜିଲା ପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ, ଶିକ୍ଷାବିତ ଭରତ ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ଶାରିରୀକ ଶିକ୍ଷା ନିରୀକ୍ଷକ ହଳଧର ମହାନ୍ତ, ବୈଦିକ ଆନ୍ତର୍ଜାତିକ ବିଦ୍ୟାଳୟର ନିରଞ୍ଜନ ଦାସ, ପ୍ରାଣବଲ୍ଲଭ ସ୍କୁଲର ସୁବ୍ରତ ବେହେରା , ଟ୍ରଷ୍ଟି ଦେବବ୍ରତ ଦାଶ ପ୍ରମୁଖ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top