ପାଞ୍ଚ ଲିଟର ମଦ ପାଇଁ ଦୁଇ ବର୍ଷର ଶିଶୁ ସହ ମା’ କୋର୍ଟ ଚାଲାଣ

ବାରିପଦା ୮ ଜୁନ୍ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ଠାକୁରମୁଣ୍ଡା ଅବକାରୀ ବିଭାଗ ଦ୍ଵାରା ତିନି ଦେଶୀ ମଦ ବ୍ୟବସାୟୀ ଗିରଫ। ସବ ଇନ୍ସପେକଟର ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏହି ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟବସାୟୀ ରଘୁନାଥ ସାହୁ (୪୫) ଠାରୁ ୧୦୩ ଲିଟର, ମହେଶ୍ଵର ମହାନ୍ତ (୬୦) ଠାରୁ ୧୩ ଲିଟର ଓ ସୋମବାରି ତରାଇ (୨୫) ଠାରୁ ମାତ୍ର ପାଞ୍ଚ ଲିଟର ଦେଶୀ ମଦ ଜବତ କରାଯାଇଛି।

ଗିରଫ ହୋଇଥିବା ସୋମବାରୀ ସହିତ ତାର କ୍ଷୀର ଖାଉଥିବା ଦୁଇ ବର୍ଷର ଶିଶୁକୁ ମଧ୍ୟ ଅବକାରୀ ବିଭାଗ ସାଙ୍ଗରେ ଧରି ଆଣିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଠାକୁରମୁଣ୍ଡାରେ ପ୍ରତ୍ୟକ ପାନଦୋକାନ ଓ ଗଳି କନ୍ଦିରେ ବହୁ ପରିମାଣରେ ଦେଶୀ ମଦ ବିକ୍ରି ହେଉଥିବାବେଳେ ଅବକାରୀ ବିଭାଗ ଦୁଇ ବର୍ଷର ଶିଶୁ ସହିତ ତା’ ମା’ କୁ ଗିରଫ କରି କୋର୍ଟ ଚାଲାଣ କରିବା କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା।

Leave a Reply

Your email address will not be published. Required fields are marked *