ପାଞ୍ଚ ଲକ୍ଷ ଟଙ୍କାର ଆୟକୁ ଆୟକର ମୁକ୍ତ କରିବା ପାଇଁ ଶ୍ରମ ସଂଗଠନଙ୍କର ଦାବି

ନୂଆଦିଲ୍ଲୀ ୫-୧୨ (ଓଡ଼ିଆ ପୁଅ) ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କା ପର୍ଯନ୍ତ ଆୟକୁ ଆୟକର ମୁକ୍ତ କରିବା ପାଇଁ ଶ୍ରମ ସଂଗଠନମାନେ ଦାବି କରିଛନ୍ତି ଏତଦ୍ ବ୍ୟତୀତ ସେମାନେ ନ୍ୟୁନତମ ପେନ୍ସନକୁ ବଢାଇକରି ତିନି ହଜାର ଟଙ୍କା ପ୍ରତି ମାସ ଏବଂ ନ୍ୟୁନତମ ମଜୁରୀ ମଧ୍ୟ ବଢାଇକରି ଅତି କମରେ ୧୮,୦୦୦ ହଜାର ଟଙ୍କା କରିବା ପାଇଁ ଦାବି କରିଛନ୍ତି।

ଶ୍ରମିକ ସଂଗଠଗୁଡ଼ିକ ମଙ୍ଗଳବାରଦିନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସହିତ ସାଧାରଣ ବଜେଟ ୨୦୧୮-୧୯ର ସମ୍ବନ୍ଧରେ ବଜେଟ-ପୂର୍ବ ଚର୍ଚ୍ଚା ସମୟରେ ଏହି ଦାବି ଉପସ୍ଥାପନ କରିଛନ୍ତି। ଭାରତୀୟ ମଜଦୂର ସଂଘ ଏବଂ ହିନ୍ଦ ମଜଦୂର ସଭା ଜେଟଲୀଙ୍କ ସହିତ ଏକ ଘଣ୍ଟାରୁ ଅଧିକ ବୈଠକ ସମୟରେ ଶ୍ରମିକ ସଂଗଠନଗୁଡ଼ିକର ପ୍ରତିନିଧିମାନେ ଏହି ଦାବି ଉପସ୍ଥାପନ କରିଥିବା ଜଣା ପଡ଼ିଛି।
ବୈଠକର ପରେ ହିନ୍ଦ ମଜଦୂର ସଭାର ସାଧାରଣ ସଂପାଦକ ହରଭଜନ ସିଂହ ସାମ୍ବାଦିକମାନଙ୍କୁ କହିଲେକି ସେ ଅର୍ଥମନ୍ତ୍ରୀଙ୍କ ନିକଟରେ ବାର୍ଷିକ ଲକ୍ଷ ଟଙ୍କାର ଆୟକୁ କରମୁକ୍ତ ରଖିବା ପାଇଁ ଦାବି କରିଛନ୍ତି। କିନ୍ତୁ ସେ କହିଲେ କି ଅର୍ଥ ମନ୍ତ୍ରୀ ଏହି ସମ୍ବନ୍ଧରେ ତାଙ୍କୁ କୌଣସି ଆଶ୍ୱାସନ ଦେଇନାହାନ୍ତି। ଶ୍ରମ ସଂଗଠନଗୁଡ଼ିକ ଅର୍ଥ ମନ୍ତ୍ରୀଙ୍କୁ ୧୨ ଦଫା ସମ୍ବଳିତ ଦାବି ପ୍ରଦାନ କରିଛନ୍ତି। ସେ କହିଲେକି ସରକାରଙ୍କୁ ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କ ଏବଂ ସାର୍ବଜନିକ ଉପକ୍ରମର ନିଜି କରଣ କରିବାର ଦୀଗରେ ପାଦ ବଢ଼ାଇବା ଆବଶ୍ୟକ ନୁହେଁ।
ଭାରତୀୟ ମଜଦୂର ସଂଘର ଉପାଧ୍ୟକ୍ଷର ଲକ୍ଷ୍ମନ ରେଡ୍ଡୀ ନେ କହିଲେକି ମନ୍ତ୍ରୀ ତାଙ୍କୁ ଶ୍ରମ ସୁଧାର ବିଷୟରେ ସୂଚନା ମଧ୍ୟ ଦେଲେ। ସେ କହିଲେକି ଶ୍ରମ କାନୂନ୍ ର ନୂଆ ନିୟମକୁ ଶ୍ରମିକ ସଂଗଠଗୁଡ଼କର ଆପତ୍ତି ପରେ ପୁନ: ପ୍ରସ୍ତୁତ କରାଯାଇଛି।

Leave a Reply

Your email address will not be published. Required fields are marked *