ଅପରାଧ

ପାଞ୍ଚ ଦିନ ହେଲା ସପ୍ତମ ଶ୍ରେଣୀ ଛାତ୍ର ନିଖୋଜ ରାସ୍ତା କାମ କରୁଥିବା ଠିକାଦାର ଓ ମୁନସୀ ହତ୍ୟା କରିଥିବା ନେଇ ବାପାର ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ

ବୌଦ୍ଧ,୦୮ା୦୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ପାଂଚ ଦିନ ହେଲା ଜଣେ ସପ୍ତମ ଶ୍ରେଣୀ ଛାତ୍ର ଗାଁ ମୁଣ୍ଡରୁ ନିଖୋଜ ହୋଇଯିବାପରେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ପିତାମାତା ଜିଲା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ମାମଲାରୁ ପ୍ରକାଶଯେ, ବୌଦ୍ଧ ଜିଲା କଣ୍ଟମାଳ ଥାନାର ବରଗାଁ ର ଶଙ୍କର ମାହାରଙ୍କ ସପ୍ତମ ଶ୍ରେଣୀରେ ପଢୁଥିବା ୧୨ ବର୍ଷର ପୁଅ ସୁମନ୍ତ ମାହାର ଗତ ୦୨.୦୨.୧୮ ତାରିଖ ଠାରୁ କୁଆଡେ ନିଖୋଜ ହୋଇଯାଇଥିବା ପରିବାରଲୋକ କଂଟାମାଳ ଥାନାରେ ଅଭିଯୋଗ କରିଛନ୍ତି । ପରିବାରଲୋକଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ ଗତ ୨ ତାରିଖ ଦିନ ୧୨ବର୍ଷର ସୁମନ୍ତ ବିଦ୍ୟାଳୟକୁ ପାଠ ପଢିବାକୁ ନଯାଇ ଗାଁ ଦାଣ୍ଡରେ ଖେଳୁଥିଲା । ପୁଅ ଘରକୁ ନଫେରିବାରୁ ଘରଲୋକ ଅନେକ ଖୋଜାଖୋଜି ପରେ କୌଣସି ସୂଚନା ପାଇନଥିଲେ । ଶେଷରେ ତାଙ୍କ ପୁଅ କୁଆଡେ ନିଖୋଜ ହୋଇଯାଇଥିବାନେଇ କଂଟାମାଳ ଥାନାରେ ଅଭିଯୋଗ କରିଥିଲେ । ହେଲେ ନିଖୋଜ ସୁମନ୍ତ କୌଣସି ସଂପର୍କିୟ ଘରକୁ କିମ୍ବା ରାଜ୍ୟ ବାହାରକୁ କାହା ସହିତ କାମ କରିବାକୁ ଚାଲିଯାଇଥିବ କହି ପୋଲିସ ଘଟଣାକୁ ଗୁରୁତ୍ୱ ଦେଇନଥିଲା । ଗ୍ରାମରେ ବିଧାୟକ ପାଣ୍ଠିରେ ଏକ ରାସ୍ତା କାମ ଚାଲିଥିବାବେଳେ ସେହି କାମ ଦେଖୁଥିବା ବେଳେ ସୁମନ୍ତ ହଠାତ୍ ନିଖୋଜ ହୋଇଯାଇଥିବା ପରିବାର ଲୋକ ସନେ୍ଦହ କରିଥିଲେ ଏବଂ ଘଟଣା ସଂପର୍କରେ ପଚରା ଉଚୁରା କରୁଥିବାବେଳେ ରାସ୍ତା କାମରେ ଗୋଟିଏ ସ୍ଥାନରେ ରକ୍ତଦାଗ ପଡିଥିବା ଦେଖି ପରିବାର ଲୋକ ତାଙ୍କ ପୁଅକୁ ହତ୍ୟାକରାଯାଇଥିବା ସନେ୍ଦହ କରିଥିଲେ । ରାସ୍ତାକାମର ଠିକାଦାର ପ୍ରମୋଦ କମ୍ପ,ମୁନସୀ ଖତିଆ ରଣା,ନିତିଆ ରଣାଙ୍କ ସମେତ ଟ୍ରାକ୍ଟର ଓ ଜେସିପି ଡ୍ରାଇଭର କାମ ବନ୍ଦ କରି କୁଆଡେ ଫେରାର ହୋଇଯାଇଥିବାରୁ ସେମାନେହିଁ ତାଙ୍କ ପୁଅକୁ ହତ୍ୟା କରି ଶବକୁ କେଉଁଠାରେ ଲୁଚାଇଦେଇଥିବା ନେଇ ଥାନା ଅଧିକାରୀଙ୍କୁ ଜଣାଇଥିଲେ । କିନ୍ତୁ ଥାନା ଅଧିକାରୀ ଓଲଟି ସେମାନଙ୍କୁ ଧମକ ଚମକ ଦେଇ ଫେରାଇ ଦେବାରୁ ଶେଷରେ ଏସପିଙ୍କ ନିକଟରେ ଅଭିଯୋଗ କରିଥିବା ଜଣାଯାଇଛି । ସେମାନଙ୍କ ପୁଅକୁ ଠିକାଦାର ଓ ତାର ସହଯୋଗୀମାନେ ହତ୍ୟା କରି ଶବକୁ କେଉଁଠି ଲୁଚାଇ ଦେଇଥିବା ଅଭିଯୋଗ କରିବା ସହ ମାମଲାର ତଦନ୍ତ କରାଯିବାକୁ ଓ ପୁଅର ଶବକୁ ଉଦ୍ଧାର କରାଯିବାକୁ ଏସପିଙ୍କ ନିକଟରେ ପରିବାରଲୋକ ଅଭିଯୋଗ କରିଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ ଏସପିଙ୍କ ନିଦେ୍ର୍ଦଶକ୍ରମେ ଘଟଣାର ୫ ଦିନ ପରେ ସାଇଂଟିଫିକ୍ ଟିମକୁ ଘଟଣାସ୍ଥଳକୁ ପଠାଯାଇଛି । ଘଟଣାର ସୁରାକ୍ ମିଳିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ପରିବାରଲୋକଙ୍କୁ ପ୍ରତିଶୃତି ଦେଇଥିବା ସେମାନେ ପ୍ରକାଶ କରିଛନ୍ତି । ତେବେ ହତ୍ୟାକାରୀମାନଙ୍କ ଦ୍ୱାରା ପୋଲିସ ପ୍ରଭାବିତ ହୋଇ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ସୁମନ୍ତଙ୍କ ପରିବାରଲୋକ ଗଣମାଧ୍ୟମ ଆଗରେ ଆକୁଳ ନିବେଦନ କରିଛନ୍ତି । ଏହି ମାମଲା ଏବେ କଂଟାମାଳ ଥାନା ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top