ପାଞ୍ଚରୁ ଉର୍ଦ୍ଧ ହାତୀ ଭାଙ୍ଗିଲେ ଘର ଖାଇଲେ ଧାନ, କୁଣ୍ଡା, ମହୁଲ

ବଣେଇ ୧୩-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର) ବଣେଇ ଉପଖଣ୍ଡର କୁଳିପୋଷ ରେଞ୍ଜ ଅନ୍ତର୍ଗତ ଦଲମକୁଚା ଗାଁରେ ପ୍ରାୟ ରାତି ୧୨ ଟା ପାଖାପାଖି ୧୨ ଟି ହାତୀ ଆସି ଜଣେ ଲୋକର ଘର ଭାଙ୍ଗି ଥିବାର ସୂଚନା ମିଳିଛି। ସୂଚନା ଅନୁଯାୟୀ ଘର ଭାଙ୍ଗି ଥିବା ଲୋକର ନାଁ ଅଭୀ ମାହାନ୍ତ ବୋଲି ଜଣା ପଡ଼ିଛି। ତାଙ୍କର ଘରକୁ ଭାଙ୍ଗିବା ସହିତ ଧାନ, ମହୁଲ, କୁଣ୍ଡା ଖାଇ ନଷ୍ଟ କରି ଥିବା ମଧ୍ୟ ଜଣାପଡିଛି। ହାତୀ ପଲ ଘରେ ଥିବା ଆସବାବପତ୍ର ଦଳି ନଷ୍ଟ କରିଦେଇଛନ୍ତି। ଏକ ଦନ୍ତାହାତୀ ସହ ୪ ଟି ଛୁଆ ହାତୀ ଓ ଅନ୍ୟ ୫ ହାତୀ ଦଳରେ ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *