ଆନ୍ତର୍ଜାତୀୟ

ପାକିସ୍ତାନ ସାଧାରଣ ନିର୍ବାଚନରେ ବିଜୟ ଲାଭ କଲେ ପ୍ରଥମ ହିନ୍ଦୁ ପ୍ରାର୍ଥୀ ମହେଶ ମଲାନୀ

ଇସଲାମାବାଦ ୨୮-୭ (ଓଡ଼ିଆ ପୁଅ) : ପାକିସ୍ତାନ ସାଧାରଣ ନିର୍ବାଚନ ୨୦୧୮ ର ଫଳାଫଳ ଆସିଛି। ପାକିସ୍ତାନ ପୀପୁଲ୍ସ ପାର୍ଟୀ (ପିପିପି) ର ମହେଶ କୁମାର ମଲାନୀ ପ୍ରଥମ ହିନ୍ଦୁ ପ୍ରାର୍ଥୀ ଅଟନ୍ତି, ଯିଏକି ନ୍ୟାସନାଲ ଆସେମ୍ବଲୀ ସିଟରେ ବିଜୟ ଲାଭ କରିଛନ୍ତି। କୁହାଯାଇପାରେଯେ, କି ଦେଶରେ ଅଣ ମୁସଲିମଙ୍କୁ ୧୬ ବର୍ଷ ପୂର୍ବରୁ ସାଧାରଣ ନିର୍ବାଚନରେ ଭୋଟ ଦେବା ଏବଂ ନିର୍ବାଚନ ଲଢ଼ିବାର ଅଧିକାର ମିଳିଥିଲା। ଏହା ପରେ ମଲାନୀ ପ୍ରଥମ ହିନ୍ଦୁ ଭାବେ ପାକିସ୍ତାନ ସାଧାରଣ ନିର୍ବାଚନରେ ବିଜୟ ଲାଭ କରିଛନ୍ତି।

ଡନ ଖବର କାଗଜ ଅନୁଯାୟୀ ମଲାନୀ ଦକ୍ଷିଣ ସିନ୍ଧ ପ୍ରାନ୍ତର ଥାରପରକର ଦ୍ଵିତୀୟ ସିଟରେ ନିର୍ବାଚନ ଲଢ଼ି ୧୪ ଜଣ ପ୍ରାର୍ଥୀଙ୍କୁ ହରାଇ ବିଜୟ ଲାଭ କରିଛନ୍ତି। ତାଙ୍କୁ ଏକ ଲକ୍ଷ ଛହ ହଜାର ୬୩୦ ଭୋଟ ମିଳିଥିବା ବେଳେ ତାଙ୍କର ପ୍ରତିଦ୍ଵନ୍ଦ୍ଵୀ ଗ୍ରାଣ୍ଡ ଡେମୋକ୍ରେଟିକ ଆଲାଏନ୍ସର ଅରବାବ ଜକାଉଲ୍ଲାଙ୍କୁ ୮୭ ହଜାର ୨୫୧ ଭୋଟ ମିଳିଛି। ମଲାନୀ ପାକିସ୍ତାନ ହିନ୍ଦୁ ରାଜସ୍ଥାନୀ ପୁଷ୍କରନା ବ୍ରାହ୍ମଣ ଅଟନ୍ତି ସେ ୨୦୦୩ ରେ ୨୦୦୮ ପର୍ଯ୍ୟନ୍ତ ଏକ ଆରକ୍ଷିତ ସିଟରେ ସଂସଦ ସଦସ୍ୟ ଥିଲେ।

ତାଙ୍କୁ ପିପିପି ମନୋନୀତ କରିଥିଲା। ସେ ସିନ୍ଧ ବିଧାନସଭାରେ ଖାଦ୍ୟ ସ୍ଥାୟୀ ସମିତିର ଅଧ୍ୟକ୍ଷ ଥିଲେ। ଏହା ବ୍ୟତୀତ ଗତ ସରକାରର କାର୍ଯ୍ୟକାଳରେ ବିଭିନ୍ନ ସ୍ଥାୟୀ ସମିତିର ସଦସ୍ୟ ଥିଲେ। ମଲାନୀ ୨୦୧୩ ରେ ସିନ୍ଧ ବିଧାନସଭାର ଥାରପାରକର ତୃତୀୟ ସିଟରେ ବିଜୟ ହାସଲ କରିଥିଲେ। ପ୍ରାନ୍ତୀୟ ବିଧାନସଭାର ପ୍ରଥମ ଅଣ ମୁସ୍ଲିମ ସଦସ୍ୟ ହୋଇପାରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top