ପାକିସ୍ତାନରେ ୨୫ ଜୁଲାଇରେ ସାଧାରଣ ନିର୍ବାଚନ, ହାପିଜ୍ ନିର୍ବାଚନ ଲଢ଼ିବ ବୋଲି କଲା ଘୋଷଣା

ନୂଆ ଦିଲ୍ଲୀ ୨୭ ମଇ (ଓଡ଼ିଆ ପୁଅ) : ପାକିସ୍ତାନରେ ସାଧାରଣ ନିର୍ବାଚନର ତାରିଖ ଘୋଷିତ ହୋଇଛି। ୨୫ ଜୁଲାଇରେ ପାକିସ୍ତାନରେ ସଂସଦ ଏବଂ ପ୍ରାନ୍ତୀୟ ବିଧାନସଭା ପାଇଁ ନିର୍ବାଚନ କରାଯିବ। ଏହା ପୂର୍ବରୁ ଗତ ସପ୍ତାହରେ ପାକିସ୍ତାନର ନିର୍ବାଚନ ଆୟୋଗ ରାଷ୍ଟ୍ରପତି ମମନୂନ ହୁସୈନଙ୍କୁ ପତ୍ର ଲେଖିକରି ୨୫ ରୁ ୨୭ ଜୁଲାଇ ମଧ୍ୟରେ ନିର୍ବାଚନ କରାଇବା ପାଇଁ ଅନୁମତି ମାଗିଥିଲେ। ବର୍ତ୍ତମାନର ସରକାରଙ୍କର କାର୍ଯ୍ୟକାଲ ୩୧ ମଇକୁ ସମ୍ପୂର୍ଣ୍ଣ ହେଉଛି।

ପାକିସ୍ତାନ ମିଡ଼ିଆ କହିଛି କି ପାକିସ୍ତାନର ସମ୍ବିଧାନରେ ସରକାରଙ୍କର କାର୍ଯ୍ୟକାଲ ସମାପ୍ତ ହେବାର ୬୦ ଦିନରେ ନିର୍ବାଚନ କରାଯାଇଥାଏ। ସଂସଦୀୟ ନିର୍ବାଚନ ବ୍ୟତୀତ ସିନ୍ଧ, ଖୈବର ପଖତୁନ ଖ୍ଵାହ, ବଲୂଚିସ୍ତାନ ପ୍ରାନ୍ତର ସରକାରଙ୍କର କାର୍ଯ୍ୟକାଳ ୨୮ ମଇରେ ସମାପ୍ତ ହେଉଛି। ବର୍ତ୍ତମାନର ସରକାରଙ୍କର କାର୍ଯ୍ୟକାଳ ସମାପ୍ତ ହେବାପରେ କାର୍ଯ୍ୟକାରୀ ସରକାରଙ୍କର ଦେଖାରେଖାରେ ନିର୍ବାଚନ କରାଯାଇଥାଏ।

ପାକିସ୍ତାନରେ ଏକ ଜୁନରେ କାର୍ଯ୍ୟବାହକ ସରକାର ଶାସନ ସମ୍ଭାଳିବେ ଏବଂ ନୂଆ ସରକାର ଗଠନ ପର୍ଯ୍ୟନ୍ତ ଶାସନ କରିବେ। ଏହା କ୍ରମାଗତଭାବେ ଦ୍ୱିତୀୟ ଥର ହୋଇଛି ଯେତେବେଳେ କୌଣସି ନିର୍ବାଚିତ ହୋଇଥିବା ସରକାର ନିଜର ୫ ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଏଥର ପାକିସ୍ତାନର ଆତଙ୍କବାଦୀ ହାପିଜ୍ ସଇଦ ମଧ୍ୟ ମୁସ୍ଲିମ ଲିଗ ପାର୍ଟିରୁ ନିର୍ବାଚନ ଲଡ଼ିବାପାଇଁ ଘୋଷଣା କରିଛି। ଅବଶ୍ୟ, ଆମେରିକାର ପ୍ରତିବନ୍ଧ ପରେ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ କି ନିର୍ବାଚନ ଲଢ଼ିବାକୁ ତାକୁ ଅନୁମତି ମିଳିବ କି ନାହିଁ।

Leave a Reply

Your email address will not be published. Required fields are marked *