ଓଡ଼ିଶା

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ: ୫ ମୃତ ଜଣେ ଗୁରୁତର :ଜଣକୁ ବଞ୍ଚାଇବାକୁ ଯାଇ ଚାଲିଗଲା ୪ ଯୁବକଙ୍କ ଜୀବନ

ରାୟଗଡା ୦୨/୦୯/୧୮ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ଜିଲ୍ଲା ବିଷମକଟକ ବ୍ଳକ ଦୁର୍ଗୀ ଗ୍ରାମର ପାଇକ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା। ପାଇଖାନା ଟ୍ୟାଙ୍କରେ ଶ୍ୱାସ ରୁଦ୍ଧ ହୋଇ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

ମୃତକ ମାନେ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର, ବଂଶୀଧର ପାତ୍ର, ପୂର୍ଣ୍ଣ ଟାକିରି, ରଶ୍ମିତା ଉର୍ଲକା ଏବଂ ବୈରାଗୀ କଲକା। ଗୁରୁତର ଆହତ ହେଲେ କାର୍ତ୍ତିକ ଗୌଡ। ରବିବାର ସକାଳ ୧୦ ଘଣ୍ଟା ସମୟରେ ଏହି ଘଟଣା ଘଟିଛି।

ମିଳିଥିବା ସୂଚନା ପ୍ରକାରେ, ଦୁର୍ଗୀ ପାଇକ ସାହିରେ ଏମ.ଲକ୍ଷ୍ମୀ ମୂର୍ତ୍ତିଙ୍କର ଘରର ପାଇଖାନା ଟାଙ୍କି ଭିତରକୁ ଜଣେ ମହିଳା ଶ୍ରମିକ ଯାହାଙ୍କର ନାମ ରଶ୍ମିତା ଉର୍ଲକା ସେ ପଶି ଆଉ ବାହାରକୁ ବାହାରି ନଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ନିକଟରେ ଭଲିବଲ ଖେଳୁଥିବା ଯୁବକଙ୍କ ମଧ୍ୟରୁ ୫ ଜଣ ପଶିଥିଲେ। ଶେଷରେ ସେମାନେ ବାହାରକୁ ନବାହାରିବାରୁ ଜେସିବି ଯୋଗେ ସମସ୍ତଙ୍କୁ ବାହାରକୁ ଅଣାଯାଇ ବିଷମକଟକ ଖ୍ରୀଷ୍ଟିଆନ ହସପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ୫ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା ବେଳେ ଜଣେ ଗୁରୁତର ଅଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top