ପାଇଖାନା ଟାଙ୍କିରେ ମୃତ୍ୟୁ ଘଟଣା: ରାଜ୍ୟ ସରକାରଙ୍କ ସହାୟତା ପ୍ରଦାନ

ରାୟଗଡା ତା-୦୬/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡ଼ା ଜିଲ୍ଳା ବିଷମ କଟକ ବ୍ଲକ ଅନ୍ତର୍ଗତ ଦୁର୍ଗୀ ଗ୍ରାମର ୫ ଜଣ ବ୍ୟକ୍ତି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିବା ଘଟଣାରେ ରାଜ୍ୟସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ପ୍ରତି ମୃତ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ଲକ୍ଷ, ବିଜୁ ପକ୍କା ଘର ନିମନ୍ତେ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ସାଂସଦ ଝିନ୍ନ ହିକକା ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା ଓ ବିଧାୟକ ଜଗନ୍ନାଥ ସାରକା, ରାୟଗଡ଼ା ଜିଲ୍ଲାପାଳ ଗୁହା ପୁନମ୍ ତାପସ କୁମାର, ଉପଜିଲ୍ଲାପାଳ ଗୁଣପୁର ଅମିତ ରୁତୁରାଜ ଏବଂ ଜିଲ୍ଲା ବିଜେଡି ସଭାପତି ସୁଧିର ଦାସ ଉପସ୍ଥିତ ରହି ମୃତ ପରିବାରଙ୍କୁ ଚେକ୍ ପ୍ରଦାନ କରିଛନ୍ତି। ସେହିପରି ପୂର୍ଣ୍ଣ ଟାକ୍ରିଙ୍କୁ ନିର୍ମାଣ ଶ୍ରମିକ ଇନସୁରେନ୍ସ ବାବଦକୁ ୨ ଲକ୍ଷ ୫୦ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିବା ବେଳେ ମୃତ ପୀତାମ୍ବର ପାତ୍ର ଓ ବନିତା ଟାକ୍ରୀଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜାନ ବାବଦକୁ ୨୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ଗତ ୨ ତାରିଖ ଦିନ ରାୟଗଡ଼ା ଜିଲ୍ଲା ବଷମକଟକ ଦୁର୍ଗୀ ଗ୍ରାମର ପାଇକ ସାହିରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୫ ଜଣ ମୃତ୍ୟୁବରଣ କରିଥିଲେ।

Leave a Reply

Your email address will not be published. Required fields are marked *