ଓଡ଼ିଶା

ପାଇକାରପୁର ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

ଯାଜପୁର, ୧୬/୫(ଓଡିଆପୁଅ/ମାନସ ରାଉତ) ଧର୍ମଶାଳା ଥାନା ଅନ୍ତର୍ଗତ କଂଟିଗଡିଆ ପଂଚାୟତ ପାଇକାରାପୁର ଗ୍ରାମ ଉପର ସରଂକ୍ଷିତ ଜଙ୍ଗଲରୁ ବୁଧବାର ସକାଳୁ ଦୁଇଜଣ ଯୁବକ ଯୁବତୀଙ୍କ ଝୁଲନ୍ତା ଶବ ପୋଲିସ ଉଦ୍ଧାର କରିଛି। ସୂଚନା ଥାଉକି ଉଭୟ ପରସ୍ପରଙ୍କୁ ଭଲପାଇଥିଲେ। ଦୁଇଜଣ ଅଲଗା ଅଲାଗ ଜାତିର ହୋଇଥିବାରୁ ବିବାହରେ ଅସୁବିଧା ହେତୁ ସେମାନେ ଆତ୍ନହତ୍ୟା କରିଥାଇପାରନ୍ତି ବୋଲି ଆଲୋଚନା ହେଉଥିବା ବେଳେ ଉଭୟଙ୍କ ପରିବାର ବର୍ଗଙ୍କ ବିରୋଧ ହେତୁ ସେମାନେ ଆତ୍ମହତ୍ୟା କରିଛନ୍ତି ବୋଲି ଆଲୋଚନା ହେଉଛି। ତେବେ ଏହା ଅତ୍ମହତ୍ୟ କରିଥିବା ସ୍ଥାନରେ ଉଭୟ ଗୋଟିଏ ଲମ୍ବା ଦଉଡି ସାହାର୍ଯ୍ୟରେ ଝୁଲୁଥିବାର ଦେଖିବାକୁ ମିଳିବା ସହିତ ଝିଅଟି ପାଦରେ ଅଳତା ପିନ୍ଧିଛି। ପୁଅଟି ଗୋଡରେ ହେଳେ ଚପଲ ମଧ୍ୟ ପିନ୍ଧିଥିବା ଦେଖାଯାଇଛି। ତେବେ ଗତକାଲିଠାରୁ ଉଭୟଙ୍କ ପରିବାରରେ ଖାଇସାରିବା ପରେ ରାତିରେ ସେମାନେ ଆସି ଏଭଳି କରିଥିବା ପରିବାର ବର୍ଗ କହିଛନ୍ତି। ଏହା ଆତ୍ମହତ୍ୟା ନା ସୁପରି କଳ୍ପିତ ଯୋଜନାବଦ୍ଧ ହତ୍ୟା ତଦନ୍ତ ହେଲେ ତାହା ପଦାକୁ ଅସିବ ବୋଲି ସାଧରଣରେ ଚର୍ଚ୍ଚା ଚାଲିଛି। ଧର୍ମଶାଳା ପୋଲିସ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top