ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ୨ ଦିନିଆ ନୁଆପଡା ଗସ୍ତ

ଖଡିଆଳ/ନୂଆପଡା-୦୬.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲାକୁ ୨ ଦିନିଆ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି ଯୋଗଦଇ ବୋଡେନ ବ୍ଳକରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ପ୍ରଥମେ ସେ ବୋଡେନ ବ୍ଳକ ଖୋର୍ଲା ଠାରେ ସାଗଯୋର ସେତୁକୁ ଲୋର୍କାପିତ କରିଥିବା ବେଳେ ଏହି ପ୍ରକଳ୍ପ ପଶ୍ଚିମ ଓଡିଶା ଉନ୍ନୟନ ପାଣ୍ଠିରେ ନିର୍ମିତ ହୋଇଛି । ଉଦଘାଟନୀ ଉସôବରେ ସାନୀୟ ଜିଲା ପରିଷଦ ସଭ୍ୟ ଲମ୍ବୋଦର ନିଆଲ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ କିଶୋର ମହାନ୍ତି ଯୋଗଦେଇ ଅନୁନ୍ନତ ଏବଂ ପଛୁଆ ଜିଲାର ସାମଗ୍ରୀକ ବିକାଶ ପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି କରଙ୍ଗାମାଲ ଗ୍ରାମଠାରେ ମିନି ଷ୍ଟାଡିଅମ ଗ୍ୟାଲେରୀର ଶୁଭ ଉଦଘାଟନ କରିଛନ୍ତି । ନୂତନ ରୂପେ ନିର୍ମିତ କରଙ୍ଗାମାଳ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟର ଶୁଭ ଉଦଘାଟନ କରିଛନ୍ତି । ଏହି ଗସ୍ତ ବେଳେ ବ୍ଳକ ଅଧ୍ୟକ୍ଷା ପ୍ରେମଶିଲା ନାଗ,ବ୍ଲକ ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ମାଝୀ,ଗୋଷ୍ଠି ଉନ୍ନୟନ ଅଧିକାରୀ ଭାଗରଥି ମଲ୍ଲିକ,ସିଇଓ ପ୍ରେମାନିଧି ସେଠ, ଜିଲା ପରିଷଦ ସଭ୍ୟ ପ୍ରିୟ ରଞ୍ଜନ ମେହେର,ସିନାପାଲି ବ୍ଲକ ଉପାଧ୍ୟକ୍ଷ ସୁବାଷ ଅଗ୍ରୱାଲ,ସିନାପାଲି ସରପଞ୍ଚ ସତ୍ୟବାନ ମେହେର,ଲର୍କା ସରପଞ୍ଚ ଗିରିଧାରୀ ମାଝୀ,ଲର୍କା ସମିତିସଭ୍ୟ ତପସ୍ୱିନୀ ଭୋଇ,ଫରସରା ସରପଞ୍ଚ ରାଜକିଶୋର ହେର୍ଣ୍ଣା,କରଙ୍ଗାମାଲ ସରପଞ୍ଚ ପୁର୍ଣ୍ଣମୀ ମାଝୀ,ସମିତିସଭ୍ୟ ପୁରୁନ୍ଧର ମାଝୀ,ବୋଡେନ ବ୍ଲକ ବିଜୁ ଜନତା ଦଳ ସଭାପତି ଗୌତମ ନିଆଲ,ଯୁବ ସଭାପତି ଇମ୍ରାନ ଖାନ,ସୁଧିର ପଣ୍ଡା,ଅନ୍ତ ଯୋଷୀ,ଦିଲ୍ଲିପ ପଣ୍ଡା,ଅନନ୍ତ ମାଝୀ,କୃତି ପଟେଲ,ପ୍ରହଲ୍ଲାଦ ପୋଡ,ନିଖିଲ ମେହେର,ଦୁଷ୍ମନ୍ତ ମାଝୀ,ଘାସିରାମ ମାଝୀ,କୁମାର ମାଝୀ,ଗୋବିନ୍ଦ ମାଝୀ,ଅଚୁ୍ୟତା ରାଉତ,ରାଜମନ ଜାଲ,ସୁଷମା ବାଗ,ଆଦିତ୍ୟ ମୁଣ୍ଡ ପ୍ରମୁଖ ଯୋଗଦେଇଥିଲେ । ଆସନ୍ତା କାଳି ଜିଲାପାଳ କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲାସ୍ତରୀୟ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ପାଣ୍ଠିର ସଫଳ ରୂପାୟନ ଉପରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *