ଆମ ପର୍ବ ପର୍ବାଣୀ

ପଶ୍ଚିମ ଓଡିଶାର ଗଣପର୍ବ ନୁଆଖାଇ ପିଠାପଣାର ମହକରେ ବାସୁଛି ଗାଁ ଦାଣ୍ଡ, ସବୁଠି ଉତ୍ସବ ମୁଖର

ବୌଦ୍ଧ, ୧୬ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଘରେ ଘରେ ପାଳିତ ହୋଇଯାଇଛି। ନୂଆଖାଇ ପାଇଁ ସାରା ଜିଲା ଚଳଚଞ୍ଚଳ ଥିବା ବେଳେ ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀ ଙ୍କ ପୀଠରେ ଧାର୍ଯ୍ୟ ଲଗ୍ନ ଅନୁଶାରେ ୮.୪୦ ଟାରେ ନବାନ୍ନ ଲାଗି କରାଯାଇଥିଲା। ଏହି ପର୍ବ ପାଳନ ନେଇ ଘରେ ଘରେ ନୁଆ ଚାଉଳର ପିଠାପଣାର ମହକରେ ଗାଁ ଦାଣ୍ଡ ମହମହ ବାସୁଛି। ସମସ୍ତ ଗା୍ରମ ଗୁଡିକରେ ପ୍ରଥମେ ଗ୍ରାମ ମୁଖିଆଙ୍କ ଦ୍ୱାରା ଗ୍ରାମଦେବତୀଙ୍କ ନିକଟରେ ନବାହ୍ନ ଅର୍ପଣ ପରେ ପ୍ରତି ପରିବାରର ସମସ୍ତେ ନୂଆଲୁଗା ପିନ୍ଧି ନିଜ ନିଜର ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନବାହ୍ନ ଭକ୍ଷଣ କରି ପରିବାର ଓ ଗ୍ରାମର ଗୁରୁଜନଙ୍କ ନିକଟରୁ ଆଶିର୍ବାଦ ଗ୍ରହଣ କରିଛନ୍ତି। ବିଭିନ୍ନ ବର୍ଗରେ ପରମ୍ପରା ଅନୁସାରେ କୁରେଇ, ମହୁଲ, ପଲଶା, ଶାଳ ପତ୍ରରେ ନୂଆ ଖାଇଥାନ୍ତି। ନିଜର ଜମିରେ ଚଷା ପୁଅ ଖିର, ଅରୁଆ ଚାଉଳ ଓ ଫୁଲ ଦୁବ ଦେଇ ପୁଜା ମଧ୍ୟ କରିବାକୁ ଭୁଲି ନଥାଏ। ପରିବାର ଓ ସାଇଭାଇ ମିଳିମିଶି ନବାହ୍ନ ଖାଇବା ପରେ ଗାଁ ଗାଁରେ ନାଚ ଗୀତର ଆସର ଜମି ଉଠିଛି। ନବାହ୍ନ ଭକ୍ଷଣ ପରେ ଭେଟ୍ ଘାଟ୍ ଏକ ନିଆରା ପରମ୍ପରା। ଯୁଗ ଯୁଗରୁ ଚଳି ଆସୁଥିବା ଏହି ପରମ୍ପରା ଅନୁଯାୟୀ ନବାହ୍ନ ଭକ୍ଷଣ ପରେ ଗ୍ରାମର ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ନିଜ ବୟସ ଠାରୁ ଅଧିକ ବୟସ୍କ ବ୍ୟକ୍ତି ବିଶେଷଙ୍କ ପାଦଛୁଇଁ ଆଶିର୍ବାଦ ମାଗିଥାନ୍ତି। ଗାଁ ଗାଁରେ ରାତିସାରା ନାଚ ଗୀତରେ ଜମି ଉଠେ।ଏହି ଭେଟ୍ଘାଟ୍ ପର୍ବ ପାଇଁ ସାରା ଜିଲା ଉତ୍ସବ ମୁଖ୍ର ହୋଇପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top