ଆନ୍ତର୍ଜାତୀୟ

ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସହଯୋଗ ଲାଗି ଭାରତ-ଡେନମାର୍କ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ

ନୂଆ ଦିଲ୍ଲୀ ୨୭-୬ (ଓଡ଼ିଆ ପୁଅ) ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଡେନମାର୍କ ମଧ୍ୟରେ ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି। ଏହି ବୁଝାମଣା ୧୬ ଏପ୍ରିଲ, ୨୦୧୮ରେ ସ୍ୱାକ୍ଷର ହୋଇଥିଲା।

ଏହି ବୁଝାମଣାର ଉଦ୍ଦେଶ୍ୟ, ଦୁଗ୍ଧ ଉତ୍ପାଦନ ବିକାଶ ଏବଂ ସମ୍ବଳ ସୁଦୃଢ଼ୀକରଣ ଆଧାରରେ ବର୍ତମାନର ଜ୍ଞାନକୁ ବ୍ୟାପକ କରିବା ଲାଗି ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା।

ଏହାର ଅନ୍ତର୍ଗତ ମିଳିତ କାର୍ଯ୍ୟକ୍ର ପ୍ରସ୍ତୁତ କରିବା, ସହଯୋଗ ଏବଂ ପରାମର୍ଶ ଉପଲବ୍ଧ କରିବା ଏବଂ ସମ୍ପୃକ୍ତ ମୂଲ୍ୟାଙ୍କନ ଲାଗି ପ୍ରତ୍ୟେକ ପକ୍ଷର ପ୍ରତିନିଧିତ୍ୱ ସହିତ ଏକ ମିଳିତ କାର୍ଯ୍ୟ ଗୋଷ୍ଠୀ (ଜେଡବ୍ଲ୍ୟୁସି)ର ଗଠନ କରାଯିବ।

ଏହି ଭାଗିଦାରୀ ଅନ୍ତର୍ଗତ ଡେନମାର୍କ ପଶୁ ପ୍ରଜନନ, ପଶୁ ସ୍ୱାସ୍ଥ୍ୟ ଏବଂ ଡାଏରୀ, ଗୋଖାଦ୍ୟ ବ୍ୟବସ୍ଥା ଆଦି କ୍ଷେତ୍ରରେ ଜ୍ଞାନ ଏବଂ ବିଶେଷଜ୍ଞତା ଉପଲବ୍ଧ କରାଇବ। ଯାହାଦ୍ୱାରା ପାରସ୍ପରିକ ସ୍ୱାର୍ଥ ଆଧାରିତ ପଶୁପାଳନ ସହିତ ଭାରତୀୟ ପଶୁପାଳକମାନଙ୍କ ଉତ୍ପାଦନକତା ଏବଂ ଉତ୍ପାଦନରେ ଉନ୍ନତି ଅଣାଯାଇପାରିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top