ପଲ୍ଲିଶ୍ରୀ ମେଳାକୁ ବିରୋଧ କରିବ ପୁରାତନ ଛାତ୍ର ସଂସଦ

ପୁରୀ:୧୦/୭(ଓଡ଼ିଆ ପୁଅ):ପ୍ରତିବର୍ଷ ରଥଯାତ୍ରା ସମୟରେ ଭୋଳାନାଥ ବିଦ୍ୟାପୀଠ ପରିସରରେ ପ୍ରଶାସନ ପକ୍ଷରୁ ପଲ୍ଲିଶ୍ରୀ ମେଳା ଆୟୋଜିତ ହେଉଛି। ୧୦ଦିନ ଧରି ସ୍କୁଲ ପରିସରରେ ଏହି ମେଳା ଅନୁଷ୍ଠିତ ହେଉଥିବାରୁ ସ୍କୁଲର ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହିତ ଏଥିପାଇଁ ପ୍ରାୟ ମାସେ କାଳ ଶିକ୍ଷାଦାନରେ ବାଧା ଉପୁଜୁଥିବା ସ୍କୁଲ ପରିଚାଳନା କମିଟି ଓ ପୁରାତନ ଛାତ୍ର ସଂସଦ ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଆନତି ଉଠାଇଛି। ସ୍କୁଲ ପରିସରକୁ କୌଣସି ବ୍ୟବସାୟ ନ କରିବାକୁ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲେ ବି ଜିଲ୍ଲା ପ୍ରଶାସନ ଏହାକୁ ଅଣଦେଖା କରି ପଲ୍ଲିଶ୍ରୀ ମେଳା ଆୟୋଜନ କରୁଛି। ଚଳିତ ବର୍ଷ ସ୍କୁଲ ପରିଚାଳନା କମିଟି ଓ ପୁରାତନ ଛାତ୍ର ସଂସଦ ଏହାକୁ ବିରୋଧ କରିବ ବୋଲି ସଂସଦ ପକ୍ଷରୁ ସୁରେନ୍ଦ୍ରନାଥ ଦାସ ସୂଚନା ଦେଇଛିନ୍ତି। ଦୋକାନ ବାନ୍ଧିବା ଓ ଖୋଲିବା ବେଳେ ସତର୍କତା ଅବଲମ୍ବନ କରାଯାଉନାହିଁ। ସ୍କୁଲ ପରିସରରେ ଏକ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଆଲପିନ୍ ଓ ଲୁହାକଣ୍ଟାରେ ଛାତ୍ରଛାତ୍ରୀମାନେ ଆହତ ହେଉଛନ୍ତି। ତୁରନ୍ତ ଏହାକୁ ରୋକିବାକୁ ଦାବି ହୋଉଛି।

Leave a Reply

Your email address will not be published. Required fields are marked *