ପଲିଥିନ ବ୍ୟବହାର କଲେ ଜେଲ ଓ ଜରିମାନା

ପୁରୀ :୫/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ବଡ଼ଦାଣ୍ଡରେ ବିଭିନ୍ନ ବ୍ୟବସାୟ ଅନୁଷ୍ଠାନ ପଲିଥିନ ବ୍ୟବହାର କରୁଥିବା ଯୋଗୁଁ ଡ଼୍ରେନ ଜାମ ସହ ଅନେକ ସମସ୍ୟା ସୃଷ୍ଠି କରୁଛି। ବଡ଼ଦାଣ୍ଡକୁ ପଲିଥିନ ମୁକ୍ତ ଅଞ୍ଚଳ କରିବାସହ କୋଣସି ଦୋକାନୀ ପଲିଥିନ ବିକ୍ରୀ ସହ ବ୍ୟବହାର କଲେ ଜେଲ ଓ ଜରିମାନାର ବ୍ୟବସ୍ତା ହେବବୋଲି ଚଢଉ ସମୟରେ ଯାଇଥିବା ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କାନ୍ତ ତରାଇ ପ୍ରକାଶ କରିଛନ୍ତି। ସହରରେ ପଲିଥିନ ବ୍ୟବହାର ଆଶାତୀତ ଭାବେ ବ୍ୟବହାର ଯୋଗୁଁ ପୌରସଂସ୍ଥା ନାଳ ସଫେଇ କଲେ ମଧ୍ୟ ତାହା ପୁଣି ପଲିଥିନରେ ଭର୍ତି ହୋଇଯାଉଛି। ସହରରେ ପଲିଥିନ ବନ୍ଦ କରାଯିବା ସହ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ପରିବେଶ ଅନୁଶୀଳ ବ୍ୟାଗ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି। ସହରରେ ପଲିଥିନ ବ୍ୟବହାର ନ କରିବା ପାଇଁ ବ୍ୟାପକ ସଚେତନା କରାଯିବ। ଆଜି ଚଢାଉ ସମୟରେ ମାର୍କେଟ ଛକ, ମରିଚକୋଟ ଛକ, ଫଳ ଦୋକାନୀଙ୍କଠାରୁ ବ୍ୟାପକ ପଲିଥିନ୍ ଜବତ୍ କରାଯାଇଛି।

Leave a Reply

Your email address will not be published. Required fields are marked *