ଓଡ଼ିଶା

ପଲିଥିନ ତଳେ ଜୀବନ; ଆବାସ ଘର ସାତ ସପନ

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : କଚ୍ଚା ଘର ରହିବ ନାହିଁ, ସମସ୍ତଙ୍କୁ ପକ୍କାଘର ମିଳିବ। ସରକାରଙ୍କ ଏହି ଘୋଷଣା ପାଣିର ଗାର ପାଲଟୁଛି। ସମସ୍ତ ଯୋଗ୍ୟତା ଥାଇ ବି ଗ୍ରାମଞ୍ଚଳର ଚାଳଛପର ଘରେ ଦୟନୀୟ ଅବସ୍ଥାରେ ରହୁଥିବା ବହୁ ପରିବାର ଏହି ଯୋଜନାରୁ ବଳି ପଡୁଛନ୍ତି। ଯାହାର ଉଦାହରଣ ଏହି ଜିଲାର ବାସୁଦେବପୁର ବ୍ଲକର ଆର୍ତ୍ତୁଂ ପଞ୍ଚାୟତର ଦାସସାହିରେ ଦେଖିବାକୁ ମିଳିଛି। ଅତି ଦୟନୀୟ ଅବସ୍ଥାରେ ପଲିଥିନ ତଳେ ରହୁଥିବା ରବୀନ୍ଦ୍ର ଦାସଙ୍କୁ ଆବାସ ଘର ସାତ ସପନ ହୋଇଛି। ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଘର ଖଣ୍ଡେ ପାଇଁ ଗୁହାରି କରୁଥିଲେ ବି ମିଳୁନି। କେବଳ ପ୍ରତିଶ୍ରୁତିରେ ରବୀନ୍ଦ୍ରଙ୍କ ପାଇଁ ଅଟକିଛି ଆବାସ ଯୋଜନା। ରୋଗାଗ୍ରସ୍ତ ରବୀନ୍ଦ୍ର। ସ୍ତ୍ରୀ ସଞ୍ଜୁର ମାନସିକ ସ୍ଥିତି ବି ଠିକ୍ ନାହିଁ। ଅଭାବି ପରିବାର। ଗାଁରେ ମୂଲ ମଜୁରୀ କରନ୍ତି। ରେସନ କାର୍ଡରେ ରବୀନ୍ଦ୍ରଙ୍କ ପରିବାର ଚଳୁଛି। ଛଅ ମାସ ତଳେ ଝାଟିମାଟି ଚାଳଛପର ଘର ଭାଙ୍ଗିଯିବାରୁ ପଲିଥିନ ତଳେ ଦମ୍ପତି ମୁଣ୍ଡ ଗୁଞ୍ଜିଛନ୍ତି। କାମଧନ୍ଦାରୁ ଯାହା ସଞ୍ଚୟ କରିଛନ୍ତି ସେଥିରେ ପକ୍କାଘର ଖଣ୍ଡେ କରିବାକୁ ଆଶା ରଖିଛନ୍ତି ରବୀନ୍ଦ୍ର। ଆଗରୁ ଆଜବେଷ୍ଟସ ଘର କରିବାକୁ ସିମେଣ୍ଟ ଖୁଣ୍ଟ ପକାଇଥିଲେ। ପରେ ସରକାରଙ୍କ ଆବାସ ଯୋଜନା ସଂପର୍କରେ ଜାଣିବା ପରେ ପକ୍କା ଘର କରିବାକୁ ମନ ବଳାଇଥିଲେ। ସେଥିପାଇଁ ବହୁବାର ପଞ୍ଚାୟତ କାର୍ଯ୍ୟାଳୟ ସହ ବ୍ଲକ ଅଧିକାରୀଙ୍କୁ ଗୁହାରି କଲେଣି। ତଥାପି ତାଙ୍କୁ ଏହି ପକ୍କାଘର ମିଳିପାରୁ ନଥିବା କହିଛନ୍ତି। ତେବେ ଜରି ପଲାରେ ରହୁଥିବା ରବିନ୍ଦ୍ର ବର୍ଷାଦିନ ପାଇଁ ଚିନ୍ତା ବଢୁଛି। ଅନ୍ୟପକ୍ଷରେ ରବିନ୍ଦ୍ରଙ୍କ ସମସ୍ୟା ସଂପର୍କରେ ଅବଗତ ଅଛି। ସରକାରୀ ତାଲିକାରେ ତାର ନାମ ରହିଛି। ପକ୍କା ଘର ପାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ସରପଞ୍ଚଙ୍କ ପ୍ରତିନିଧି ଗୌତମ ସେଠୀ କହନ୍ତି। ସିରିଏଲ ଅନୁସାରେ ଦିଆଯାଉଛି, ତାର ସିରିଏଲ ପଡିଲେ ନିଶ୍ଚୟ ପାଇବ ବୋଲି ବିଡିଓ ବୀରକିଶୋର ପାଣିଗ୍ରାହୀ କହିଛନ୍ତି। ତେବେ ଜରିଲା ତଳେ ଜୀବନ ବିତାଉଥିବା ଏହି ଅସହାୟ ଦମ୍ପତିଙ୍କର କେବେ ସରକାରଙ୍କ ଆବାସ ଘର ମିଳିବ ତାହା କେବଳ ସମୟ ହିଁ କହିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top