ଜିଲ୍ଲା ପରିକ୍ରମା

ପଲଶାଗୋରା ଗ୍ରାମପଞ୍ଚାୟତ ସମିତିସଭ୍ୟ ନିର୍ବାଚନୀ ମାମଲା, ଜିଲା ଦୌରାଜଜଙ୍କ ଅଦାଲତରେ ଖାରଜ

ବୌଦ୍ଧ, ୦୭ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲା କଣ୍ଟାମାଳ ପଞ୍ଚାୟତ ସମିତିର ପଲଶାଗୋରା ଗ୍ରାମପଞ୍ଚାୟତ ସମିତସଭ୍ୟ ନିର୍ବାଚନ ମାମଲା ଜିଲା ଦୌରାଜଜଙ୍କ ଅଦାଲତରେ ଖାରଜ ହୋଇଯାଇଛି। ମାମଲାରୁ ପ୍ରକାଶ ଯେ କଣ୍ଟମାଳ ପଞ୍ଚାୟତ ସମିତିର ପଲଶାଗୋରା ଗ୍ରାମପଞ୍ଚାୟତ ସମିତି ସଭ୍ୟ ପଦ ପାଇଁ ଗତ ୧୩.୦୨.୨୦୧୭ ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ପଦବି ପାଇଁ କଣ୍ଟାମାଳ ଥାନା ଅନ୍ତର୍ଗତ ଦେଉଳୀଡୁଙ୍ଗୁରି ଗ୍ରାମର ମନ୍ଦାକିନୀ ମାଝୀ(୨୫) ଓ ମନମୁଣ୍ଡା ଥାନା ପାଇକବାହାଲ ଗ୍ରାମର ଶଙ୍କର ମାଝୀ(୩୫) ନାମାଙ୍କନ ଦାଖଲ କରି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ। ଏହି ନିର୍ବାଚନର ଫଳାଫଳ ଗତ ୨୫.୦୨, ୨୦୧୭ ରେ କଣ୍ଟାମାଳ ପଞ୍ଚାୟତ ସମିତିର ନିର୍ବାଚନ ଅଧିକାରୀ ପଲଶାଗୋରା ଗ୍ରାମପଞ୍ଚାୟତର ସମିତିସଭ୍ୟ ଭାବରେ ଶଙ୍କର ମାଝୀ ବିଜୟୀ ହୋଇଥିବା ଘୋଷଣା କରିଥିଲେ। ଏହାପରେ ପରାଜିତ ପ୍ରାର୍ଥିନୀ ମନ୍ଦାକିନୀ ମାଝୀ ବିଜୟୀ ପ୍ରାର୍ଥିଙ୍କ ବିରୋଧରେ ଓଡିଆରେ ପଢି ଓ ଲେଖି ଜାଣିନଥିବା ସହ ନିର୍ବାଚନ ସମୟରେ ଅସତ୍ ଉପାୟ ଅବଲମ୍ବନ କରି ବିଜୟୀ ହୋଇଥିବା ଅଭିଯୋଗ କରି ବୌଦ୍ଧ ସିଭିଲଜଜ୍ ସିନିୟର ଡିଭିଜନଙ୍କ ଅଦାଲତରେ ନିର୍ବାଚନି କେସ ନଂ ୨/୧୭ରେ ଏକ ମାମଲା ଦାୟର କରିବାସହ ନିର୍ବାଚନକୁ ଅବୈଧ ଘୋଷଣା କରିବାକୁ ଆବେଦନ କରିଥିଲେ। ସଭିଲଜଜ ସିନିୟର ଡିିଭିଜନ ଉଭୟଙ୍କ ସାକ୍ଷୀଙ୍କ ବୟାନକୁ ଭିତି କରି ଗତ ୫.୯.୧୭ରେ ମାମଲାକୁ ଖାରଜ କରିବା ସହ ସମିତିସଭ୍ୟ ଶଙ୍କର ମାଝୀଙ୍କ ପଦବୀକୁ କାଏମ ରଖିଥିଲେ। କିନ୍ତୁ ସିଭିଲ ଜଜ ସିନିୟର ଡିଭିଜନଙ୍କ ଆଦେଶ ଠିକ ନଥିବା ଦର୍ଶାଇ ପରାଜିତ ପା୍ରର୍ଥୀ ମନ୍ଦାକିନୀ ମାଝୀ ବିଚାର ପାଇଁ ଜିଲା ଦୌରାଜଜଙ୍କ ଅଦାଲତରେ ଗତ ୨୬.୯.୧୭ରେ ଏକ ମାମଲା କରିଥିଲେ। ଜିଲା ଦୌରାଜଜଙ୍କ ଅଦାଲତରେ ନିର୍ବାଚନ ଅପିଲ କେସ ନଂ ୨/୧୭ ହୋଇ ପୁର୍ନବାର ବିଚାର ହୋଇଥିଲା। ଜିଲା ଦୌରାଜଜ ଅରବିନ୍ଦ କୁମାର ଗୁରୁ ଏହି ମାମଲାରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ମାମଲାଟିକୁ ଖାରଜ କରିବା ସହିତ ସମିତିସଭ୍ୟ ଶଙ୍କର ମାଝୀଙ୍କ ପଦବୀକୁ କାଏମ ରଖିଥିଲେ। ଏହି ମାମଲାଟିକୁ ବିଜୟୀ ସମିତିସଭ୍ୟଙ୍କ ପକ୍ଷରୁ ବରିଷ୍ଠ ଆଇନଜିବୀ ଓମ ପ୍ରକାଶ ମିଶ୍ର, ଅଶୋକ କୁମାର ମିଶ୍ର ଓ ବିବେକାନନ୍ଦ ଦେହୁରୀ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top