ଓଡ଼ିଶା

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲାହେଲା ଶିମିଳିପାଳ

ବାରିପଦା-୧-୧୧ (ଓଡ଼ିଆପୁଅ/ସନ୍ତୋଷ ବରଜ)ପର୍ଯ୍ୟଟକଙ୍କ ପାଇଁ ଆଜି ଖୋଲା ହେଲା ଶିମିଳିପାଳ ପ୍ରବେଶ ପଥ। ଶିମିଳିପାଳ ଜାତୀୟ ଉଦ୍ୟାନର ପ୍ରାକୃତିକ ମନରମଦୃଶ୍ୟ ବିଶ୍ୱମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ତେବେ ଶିମିଳିପାଳର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବା ପାଇଁ ଅନୁମତି ପାଇ ପ୍ରବେଶ ଅପେକ୍ଷାରେ ପର୍ଯ୍ୟଟକମାନେ।ପ୍ରବେଶ କରିବାକୁ ବାରିପଦା ପଟୁ ଲୁଲୁଙ୍ଗ ଏବଂ ଯଶୀପୁର ପଟୁ ସ୍ଵତନ୍ତ୍ର ଫାଟକ ବ୍ୟବସ୍ଥା କରାଯାଇଛି।ଆଜି ପ୍ରଥମ କରି ପ୍ରବେଶ ଆରମ୍ଭ ହେଉଥିବାରୁ ବନବିଭାଗ ପକ୍ଷରୁ ପର୍ଯ୍ୟଟଜଙ୍କୁ ଗୋଲାପ ଫୁଲଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଉଛି। ସିଦ୍ଧାନ୍ତ ଅନୁସାରେ ସକାଳ ୬ଟାରୁ ୯ଟା ମଧ୍ୟରେ ଯଶୀପୁର ପଟୁ ୩୫ଟି ଓ ଲୁଲୁଙ୍ଗ ପଟୁ ୨୫ଟି ଚାରିଚକିଆ ଯାନ ଛାଡିବାର ବ୍ୟବସ୍ଥା କରାଯାଇଛି। ତେବେ ଲୁଲୁଙ୍ଗ ପ୍ରଵେଶ ପଥରେ ଆଞ୍ଚଳିକ ବନ ସଂରକ୍ଷଣଅଧିକାରୀ ନଡ଼ିଆ ଫଟାଇ ଶୁଭ ଦେବା ପରେ ପ୍ରଥମ ଗାଡ଼ି ପ୍ରବେଶ କରିଥିଲା। ସେହିପରି ପର୍ଯ୍ୟଟକମାନଙ୍କ ପାଇଁ ଭ୍ରମଣ ସମୟରେ କେତେକ କଟକଣା ମଧ୍ୟ ଜାରିକରାଯାଇଛି। ତାକୁ ଦୃଷ୍ଟିରେ ରଖି ଅପରାହ୍ଣ ୩ଟା ପୂର୍ବରୁ ଜୋରନ୍ଦା, ବରେହିପାଣି ଜଳପ୍ରପାତ, ୪ଟା ପୂର୍ବରୁ ଚହଲା ଛାଡି ୫ଟା ସୁଦ୍ଧା ପିଠାବଟା, ତୁଳସିବଣୀ, କାଳିଆଣି ତନଖି ଫାଟକ ଦେଇ ପ୍ରସ୍ଥାନ କରିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ରାତ୍ରୀ ଯାପନ କରୁଥିବା ପର୍ଯ୍ୟଟକ ମାନେ ନିଜନିଜ କଟେଜକୁ ଫେରିବାକୁ ସୂଚିତ କରାଯାଇଛି। ସେହିପରି ନଭେମ୍ବର ମାସ ୧ତାରିଖ ଠାରୁ ପ୍ରବେଶ ଅନୁମତି ପ୍ରଦାନ କରାଯାଇଥାଏ। ଗତବର୍ଷ ଏହିସମୟ ମଧ୍ୟରେ ୧୦ଜଣ ବିଦେଶୀ ସମେତ ମୋଟ ୩୦ହଜାର ୬୬୬ଜଣ ପର୍ଯ୍ୟଟକ ଯାଇଥିଲେ। ୨୦୧୬/୧୭ରେ ୬୪ଜଣ ବିଦେଶୀ ସମେତ ୨୯ ହଜାର ୧୩୦ଜଣ ଏବଂ ୨୦୧୫/୧୬ରେ ୯ଜଣ ବିଦେଶୀ ସମେତ ୩୦ହଜାର ୪୩୧ଜଣ ପର୍ଯ୍ୟଟକ ଶିମିଳିପାଳ ଜାତୀୟ ଉଦ୍ୟାନ ଭ୍ରମଣରେ ଆସିଥିବା ବେଳେ ମୋଟା ଅଙ୍କର ରାଜସ୍ୱ ସଂଗ୍ରହ ହୋଇଥିଲା। ତେବେ ଶିମିଳିପାଳ ପ୍ରାୟତଃ ସାଢ଼େ ୭ମାସ ମଧ୍ୟରୁ ନଭେମ୍ବର, ଡିସେମ୍ବର ଓ ଜାନୁଆରୀ ମାସରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ରହୁଥିବା ବିଭାଗ ପକ୍ଷରୁ ମିଳିଥିବା ସୂଚନା ରୁ ଜଣାଯାଏ। ଏଠାରେ ଥିବା ବିଭିନ୍ନ ଜୀବଜନ୍ତୁ, ପଶୁପକ୍ଷୀ, ଜଳପ୍ରପାତ ସାଙ୍ଗକୁ ଶିମିଳିପାଳ ର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ। ଏହାବ୍ୟତୀତ ଶିମିଳିପାଳ ମଧ୍ୟରେ ଥିବା ବନବିଭାଗ ର ପୋଷା ହାତୀ ଉପରେ ସବାର ହୋଇ ବୁଲିବାର ସ୍ଵତନ୍ତ୍ର ବ୍ୟବସ୍ଥା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଥିବା ଲକ୍ଷ୍ୟ କରାଯାଇଛି। ସେହିପରି ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ମହାବଳ ବାଘ ସହିତ ତିନି ଚାରି ପ୍ରକାର ବିରଳ ପ୍ରଜାତିର ବାଘ ମଧ୍ୟ ଦେଖିବାକୁ ମିଳିଥାଏ।ସେହିପରି ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବରେହିପାଣି ଜଳପ୍ରପାତ ପର୍ଯ୍ୟଟକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହଇଥାଏ। ତେବେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରି ରାତ୍ରୀ ଯାପନ ପାଇଁ ଜଙ୍ଗଲ ମଧ୍ୟରେ ବିଭିନ୍ନ ଆକର୍ଷଣୀୟ ବାମ୍ବ କୋଟେଜ ସହିତ ବିଭାଗ ପକ୍ଷରୁ ଜଙ୍ଗଲ ମଧ୍ୟରେ ରନ୍ଧାଖାଦ୍ୟ ଉପଲବ୍ଧ କରାଯାଇପାରୁଥିବାରୁ ପର୍ଯ୍ୟଟକମାନଙ୍କୁ ଶିମିଳିପାଳ ଜାତୀୟ ଉଦ୍ୟାନକୁ ଟାଣି ଆଣିବାରେ ସକ୍ଷମ ହଇଛି। ତେବେ ଆଜି ଯଶୀପୁର ପଟୁ ୬ଟି ଗାଡି ଏବଂ ବାରିପଦା ପଟୁ ୬ଟିଗାଡିରେ ପର୍ଯ୍ୟଟକ ଶିମିଳିପାଳ ମଧ୍ୟକୁ ପ୍ରବେଶ କରିଛନ୍ତି। ତେବେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗ ତରଫରୁ ପ୍ରତେକ ପର୍ଯ୍ୟଟକଙ୍କୁ ଗୋଲାପଫୁଲ ଦେଇ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି।ତେବେ ଚଳିତବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଅନୁମାନ କରାଯାଉଥିବା କୁହନ୍ତି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top