ପରୀ ରଥକୁ ସ୍ବାଗତ ଓ ପରିକ୍ରମା ନିମନ୍ତେ ପ୍ରସ୍ତୁତି ବୈଠକ

ପୁରୁଷୋତ୍ତମ ପୁର,୫/୬(ଓଡିଆ ପୁଅ/ସୁଦାମ ମହାରଣା) ରାଜ୍ୟରେ ନାବାଳିକା ଉପରେ ହେଉଥିବା ଅତ୍ୟାଚାର ଓ ଦୁଷ୍କର୍ମକୁ ରୋକିବା ନିମନ୍ତେ ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆସନ୍ତା ୧୦ ତାରିଖରେ ପରୀ ରଥ ପୁରୁଷୋତ୍ତମପୁର ଥାନା ଇଲକା ଓ ବ୍ଲକର ବିଭିନ୍ନ ଅଞ୍ଚଳରେ ଜନସଚେତନତା ନିମନ୍ତେ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବ୍ଲକ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ବିଡ଼ିଓ ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଥାନା ଅଧିକାରୀ ଅଜୟ କୁମାର ବାରିକ ସଂଯୋଜନା କରିଥିଲେ। କୋଦଳା ଅଞ୍ଚଳରୁ ଚିଙ୍ଗୁଡ଼ିଘାଇ-ଆଛୁଲି ରାସ୍ତା ଦେଇ ପୁରୁଷୋତ୍ତମପୁର ସହରରେ ପ୍ରବେଶ କାର୍ଯ୍ୟକ୍ରରମ ରହିଛି। ଏହି ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା,ଏବିଡିଓ ମଧୁସୂଦନ ମହାରଣା, ବ୍ଲକ ଅଧ୍ୟକ୍ଷ, ସିଡିପିଓ ସବିତା ଚ୍ୟାଉ ପଟ୍ଟନାୟକଙ୍କ, ଅତିରିକ୍ତ ତହସିଲଦାର ଶୋଭନ କୁମାର ବେହରା, ପଞ୍ଚାୟତ ନିର୍ବାହୀ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ସିଆସିସି, ବିଭିନ୍ନ ସଙ୍ଘଠନର କ୍ରମକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *