ଗଜପତି

ପରୀ ବଞ୍ଚାଓ ଉଦ୍ୟାପନୀ କାର୍ଯ୍ୟକ୍ରମରେ ସାଧାରଣ ସଭା

ପାରଳାଖେମୁଣ୍ଡି, ୧୨ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲା ପୋଲିସ ପକ୍ଷରୁ ପରି ବଞ୍ଚାଓ ସଚେତନତା ଅଭିଯାନ କାର୍ଯ୍ୟକ୍ରମର ଉଦ୍ୟାପନୀ ଉତ୍ସବରେ ଏକ ସାଧାରଣ ସଭା ଆୟୋଜିତ ହୋଇଛି। ଦିର୍ଘ ଦିନ ହେବ ଜିଲା ପୋଲିସ ପକ୍ଷରୁ ରାଜ୍ୟରେ ଘଟୁଥିବା ବିଭିନ୍ନ ନାବାଳିକା ଦୁଷ୍କର୍ମ କାର୍ଯ୍ୟକୁ ରୋକିବା ପାଇଁ ଏହିପରି ପରୀ ବଞ୍ଚାଓ ନାମକ ସଚେତନତା କାର୍ଯ୍ୟ ଚାଲୁରହିଥିଲା। ଏହି ଉଦ୍ୟାପନୀ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ.ସୁରିୟା ରାଓ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମର ମହତ୍ୱ ବିଷୟରେ କହିଥିଲେ। ଏହି ପରୀ ବଞ୍ଚାଓ କାର୍ଯ୍ୟକ୍ରମର ମୁଖ୍ୟ ସ୍ଲୋଗାନ ଥିଲା “ପରୀ ବଞ୍ଚାଓ ପୃଥିବୀ ବଞ୍ଚାଓ”। ରାଜ୍ୟ ତଥା ଦେଶର ବିିଭିନ୍ନ ସ୍ଥାନରେ ନାବାଳିକାମାନଙ୍କୁ ଯେଉଁଭଳି ଭାବେ ଦୁଷ୍କର୍ମ ହେଉଥିବା ଘଟଣା ଶୁଣିବାକୁ ମିଳୁଛି, ଏହିପରି ଘଟଣା ଘଟାଉଥିବା ବ୍ୟକ୍ତିମାନେ ଏକ ଘୃଣ୍ୟ ମାନସିକତାର ଶିକାର ହୋଇ ଏହିପରି ଘଟଣାମାନ ଘଟାଉଛନ୍ତି ବୋଲି ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ତେଣୁ ଏହିଭଳି ମାନସିକତା ଠାରୁ ଦୁରରେ ରହି ପରୀ ସଦୃଶ ନାବାଳିକାମାନେ କିପରି ସୁରକ୍ଷିତ ରହିବେ ଏବଂ ତାଙ୍କ ପ୍ରତି କେହି ଖରାପ ବ୍ୟବହାର ନକରିବେ ସେ ଉପରେ ସଚେତନ କରାଯାଇଥିଲା। ଏହିକାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ଠାକୁର ପ୍ରସାଦ ପାତ୍ର, ପରୀ କାର୍ଯ୍ୟକ୍ରମର ସଂଯୋଜକ ଇନସପେକ୍ଟର ଜ୍ୟୋସ୍ନା କାଉଁରୀ, ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକ, ଗୁରାଣ୍ଡି ଥାନା ଅଧିକାରୀ ପିଏସଏସ ରାଓ, ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ଭୁପତି, ପାରଳା ପୌର ଅଧିକାରୀ ଅଶୋକ କୁମାର ରାଉତ ପ୍ରମୁଖଙ୍କ ସହ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top