ଜିଲ୍ଲା ପରିକ୍ରମା

ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଖଇରା, ୯/୬/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଶିଶୁ ଯୌନ ନିର୍ଯ୍ୟାତନା ରୋକିବାକୁ ବାଲେଶ୍ୱର ଜିଲ୍ଲାର ଖଇରା ଠାରେ ଆରକ୍ଷୀ ବିଭାଗ ପକ୍ଷରୁ ବୁଲିଛି ପରୀ ରଥ। ୟୁନିସେଫ ଦ୍ୱାରା ପ୍ରଯୋଜିତ ଏବଂ ପୋଲିସ ବିଭାଗ ଦ୍ୱାରା ଆୟୋଜିତ ପରୀ ରଥ ବୁଲିବା ବେଳେ ପ୍ରଥମେ ତୁଡିଗଡିଆ ଠାରେ ସ୍ୱାଗତ କାଯଇଥିଲା। ପରେ ଗଣ୍ଡିବେଡଠାରେ ସମ୍ବର୍ଦ୍ଧନାକରା ଯାଇ ଅନୁଷ୍ଠିତ ପଥପା୍ରନ୍ତ ସଭାରେ ପରୀ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ସେଠାରୁ ପରୀ ରଥ ଆସି ଖଇରା କଲେଜ ନିକଟ ବଣପାରିଆ ଛକରେ ଥିବା ଗାୟତ୍ରୀ ମଠ ଠାରେ ପହଞ୍ଚିଲାପରେ ବିଶାଳ ଶୋଭାଯାତ୍ରାରେ ଖଇରା ହାଇସ୍କୁଲ ପରିସରରେ ଅନୁଷ୍ଠିତ ସଭାସ୍ଥଳକୁ ପାଛୋଟି ଅଣାଯାଇ ଥିଲା। ପରେ ପରେ ନିଳଗିର ଏସଡିପିଓ ସୁବାସ ଚରଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସାଧାରଣ ସଭାର ଭଦ୍ରକ ଲୋକସଭା ପ୍ରତିନିଧି ଅର୍ଜୁନ ଚରଣ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରି ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା, ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ, ୫ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟା ଜୟନ୍ତି ମହଲା, ୪ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟା ଲୋପାମୁଦ୍ରା ଧର, ବାଲେଶ୍ୱର ଜିଲ୍ଲା କୋଷାଧଧକାରିଣୀ ରଂଜିତା ମହାନ୍ତି, ଉମେଶ ଚନ୍ଦ୍ର ନାୟକ, ହାଇସ୍କୁଲର ଭାରପା୍ରପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ସାହୁ, ଡ.ଦେବାଶିଷ ପଟ୍ଟନାୟକ, ଡ.ସୁପ୍ରଭା ଦାସ, ବ୍ରଜ କିଶୋର ମହାନ୍ତି ପ୍ରମୁଖ ଯୋଗଦେଇ ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମସଫଳ କରିବା ପାଇଁ ପରୀ ରଥ ପ୍ରତ୍ୟେକ ଅଂଚଳ ବୁଲିବୁଲି ଶିଶୁ ଯୌନ ନିର୍ଯ୍ୟାତନାକୁ ରୋକିବା ପାଇଁ ସଚେତନ କରୁଥିବାର ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ବାଲେଶ୍ୱର ଏସପିଙ୍କ ନିର୍ଦ୍ଦେଶରେ ହୋଇଥିଲାବେଳେ ଆୟୋଜିତ ସଭାକୁ ଥାନାଧିକାରିଣୀ ଲୋପାମୁଦ୍ରା ନାୟକ ପରିଚାଳନା କରିଥଲେ। ପ୍ରଦୀପ ପ୍ରଜ୍ଜ୍ୱଳନ ପରେ କୁନିକୁନି ପରୀ ଶିଶୁ କଳାକାରମାନଙ୍କୁ ନେଇ ସ୍ୱାଗତ ଭାଷଣ ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିରେ ବିଭିନ୍ନ ଅଂଚଳରୁ ବହୁ ଜନସାଧାରଣ ଉପସ୍ଥିତ ଥିଲେ। ଶିଶୁର ସୁରକ୍ଷା ପାଇଁ ପ୍ରଥମେ ପରିବାରର ବାପା ମା ମାନେ ସଚେତନ ହେବା ଦରକାର। ଇଣ୍ଟରନେଟ ଓ ମୋବାଇଲ ଦ୍ୱାରା ଅନେକ ପିଲା ଭୁଲ କାର୍ଯ୍ୟ କରୁଛନ୍ତି। ଏହାକୁ ଠିକ ବାଟରେ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ପୋଲିସ ଯଦି କାହାରି ଚାପରେ ନ ପଡି ଏ ଦିଗରେ ସଚେତନ ହୁଅନ୍ତା ତାହେଲେ ବହୁ ମାତ୍ରାରେ ଶିଶୁ ଯୌନ ନିର୍ଯ୍ୟାତନାକୁ ରୋକାଯାଇ ପାରନ୍ତା ବୋଲି ଡ.ସୁପ୍ରଭା ଦାସ ଭାଷଣ ମାଧ୍ୟମରେ ପ୍ରକାଶ କରିଥିଲେ। ଆହରିୁ ମଧ୍ୟ ପରୀ ମାନଙ୍କର ସର୍ମ୍ପକୀୟ ମାନେ କୁକର୍ମରେ ସହଯୋଗ କରୁଥିବାର ସେ ପ୍ରକାଶ କରିଥିଲେ। କାଳାବିକାଶ ତରଫରୁ ସୁନ୍ଦର ଶିଶୁ ସଂଗୀତ ପରିବେଷଣ କରାଯାଇଥିଲା। ଶେଷରେ ଧନ୍ୟବାଦ ଥାନାଧିକାରିଣୀ ଲୋପାମୁଦ୍ରା ନାୟକ ଅର୍ପଣ କରିଥିଲେ। ଏଥିରେ ପୁଲିସ କର୍ମଚାରୀ ମାନେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top