ପରୀ ଏକ୍ସପ୍ରେସ ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ନାବାଳିକା ଶିଶୁକନ୍ୟାପ୍ରତି ଉପୁଜୁଥିବା ହିଂସା, ଶୋଷଣ, ନିର୍ଯ୍ୟାତନା ଓ ଅସଦାଚରଣକୁ ରୋକିବା ପାଇଁ ରାଜ୍ୟସ୍ତରରେ ଆରମ୍ଭ ହୋଇଥିବା ‘ପରୀପାଇଁ କଥାଟିଏ’ ଜନସଚେତନତା କାର୍ଯ୍ୟକ୍ରମ ପରୀଏକ୍ସପ୍ରେସ ଅଭିଯାନକୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ସହିତ ଶିଶୁମାନଙ୍କର ସୁରକ୍ଷା ଏକ ସାମୁହିକ ବିକାଶ ଏବଂ ଦାୟିତ୍ୱ ସମସ୍ତେ ଅବଗତ ହେବା ଉଚିତ୍ ବୋଲି ଜିଲ୍ଲାପାଳ ଜ୍ଞାନଦାସଙ୍କ ଅଧ୍ୟକ୍ଷତାରେ ଆୟେଜିତ ବୈଠକରେ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ। ଉକ୍ତ ବୈଠକରେ ଆରକ୍ଷୀ ଅଧିକ୍ଷକ ବାତୁଳ ଗଙ୍ଗାଧର, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ଆରକ୍ଷୀଅଧିକ୍ଷକ କୈଳାସ ଚନ୍ଦ୍ର ପରିଡ଼ା, ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୁଦନ ମିଶ୍ର, ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ପଦ୍ମନ କୁମାର ରାୟ, ଉପଜିଲ୍ଲାପାଳ ସୁଚାର ବଳ, ଡ଼ିଏସ୍ପି (ଏଚଆରପିସି) ସୁରେଶ ଜେନା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଜଳନ୍ଧର ଜେଲି ସମେତ ଶିଶୁସୁରକ୍ଷା ବିଭାଗ, ଚାଇଲ୍ଡ ଲାଇନ୍ସ, ମହିଳା ଶିଶୁବିକାଶ ବିଭାଗ, ପଞ୍ଚାୟତରାଜ ସମେତ ଅନ୍ୟାନ୍ୟ ସମୃକ୍ତ ବନ୍ତ ଓଭଦ୍ରକ ବ୍ଲକର ଅଧିକାରୀମାନେ ଯୋଗଦାନ କରି ପରୀଏକ୍ସପ୍ରେସ ରଥକୁ କିପରି ଉଦ୍ଘାଟନ ପର୍ବ ଓ ସମାପନକୁ ଜିଲ୍ଲାସ୍ତାରରେ କାର୍ଯ୍ୟକ୍ରମ ସଫଳକରାଯାଇପାରିବ ଅଧିକାରୀମାନଙ୍କର ଭୂମିକା ଓ ଦାୟିତ୍ୱ ବିଷୟରେ ଅବଗତ କରାଯାଇଥିଲା। ଲୋକକଳା, ପଥପ୍ରାନ୍ତ ନାଟକ, ବିଭିନ୍ନକ୍ଷେତ୍ରରେ ପାରଦର୍ଶିତା ଥିବା ବ୍ୟକ୍ତିବିଶେଷ ମାନଙ୍କୁ ଅଭିଯାନରେ ସାମିଲ କରି ସାଫଲ୍ୟ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ନୋଡ଼ାଲ ଅଧିକାରୀ ସୁରେଶ ଜେନାଙ୍କ ସହ ଶିଶୁସୁରକ୍ଷା ବିଭାଗର ପ୍ରବୋସନ ଅଧିକାରୀ ସୁବ୍ରତ ଦାସ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରି ଶୋଭାଯାତ୍ରା, ପଦଯାତ୍ରା ସହ ସମସ୍ତଙ୍କର ଦସ୍ତଖତ ଅଭିଯାନ କରିବା ପାଇଁ ବ୍ଲକ ଓ ଜିଲ୍ଲାସ୍ତରରେ ବ୍ୟବସ୍ଥା ପାଇଁ ମତବ୍ୟକ୍ତ କରିଥିଲେ। ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରାଙ୍କୁ ସୂଚନା ଓ ପ୍ରସାରଣ ପାଇଁ ବ୍ୟାପକ ବ୍ୟବସ୍ଥା ସହ ଗଣମାଧ୍ୟମରେ ଲୋକାଭିମୁଖୀ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା। ପରିଶେଷଷର ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହଯୋଗ ଓ ଦାୟିତ୍ୱ ରହିବା ପାଇଁ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *