“ପରୀ ଏକ୍ସପ୍ରେସ୍” ପାଇଁ ବୈଠକ ନାବାଳିକା ଶିଶୁ କନ୍ୟାପ୍ରତି ଅନାଚାର ରୋକିବା ପାଇଁ “ପରୀ ପାଇଁ କଥାଟିଁଏ”

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକଜିଲ୍ଲା ପ୍ରଶାସନ ଓ ପୋଲସି ପ୍ରଶାସନ ତରଫରୁ ଆରମ୍ଭ ହୋଇଥିବା ନାବାଳିକା ଶିଶୁକନ୍ୟା ପ୍ରତି ଅନାଚାର ରୋକିବା ପାଇଁ “ପରୀ ପାଇଁ କଥାଟିଏ” ପରୀ ଏକ୍ସପ୍ରେସ୍ ସଚେତନତା ପଦଯାତ୍ରା ଓ ସଭାକୁ ସମସ୍ତଙ୍କ ସଚେତନତା ପାଇଁ ଆଜି ବାସୁଦେବପୁର ଥାନା ପରିସରରେ ଡି.ଏସ୍.ପି. (ଏଚ.ଆର.ପି.ସି.) ତଥା ନୋଡ଼ାଲ ଅଫିସର ସୁରେଶ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୋଷ୍ଠିଉନ୍ନୟନ ଅଧିକାରୀ ବିରକିଶୋର ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଜାନକୀ ଦାସ, ଅତିରିକ୍ତ ଶିକ୍ଷାଧିକାରୀ ରମାକାନ୍ତ ପାଢ଼ୀ, ଥାନାଧିକାରୀ ନବକିଶୋର ନାୟକ, ନାୟକାଣି ଥାନାଧିକାରୀ କୁଳମଣୀ ପାତ୍ର ସମେତ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନମାନ ଯୋଗଦାନ କରିଥିଲେ। ଜୁନ୍ ୧୦ ତାରିଖରେ ବାସୁଦେବପୁର ବ୍ଲକରେ “ପରୀ ଏକ୍ସପ୍ରେସ୍” ପରିଭ୍ରମଣ କରିବ ଏବଂ ଅଟଳବିହାରୀ ଉଚ୍ଚବିଦ୍ୟାଳୟରେ ସଭା ଅନୁଷ୍ଠିତ ହେବା ସହ ବିଦେଇପୁର, ଧାମରା, ବାଂଶଡ଼ା ବ୍ୟତିତ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ପଦଯାତ୍ରା ଓ ସଭା ଅନୁଷ୍ଠିତ ହେବ। ବିଭିନ୍ନ ଲୋକକଳା ତଥା ପାଲା, ଦାସକାଠିଆ, ଘୋଡ଼ାନାଚ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯିବ। ଏହି ଲୋକକଳାଙ୍କୁ ସଚେତନତା ମାଧ୍ୟମରେ ପରିବେଷଣ ପାଇଁ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୋଲେଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଲୋକକଳା ଉପସଭାପତି ସୁବାସ ମଲ୍ଲିକ, ଡି.ଏସ୍.ପି. ସୁରେଶ ଜେନା, ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ସମେତ କଳାକାର କିଭଳି ଲୋକକଳାକୁ ଲୋକାଭିମୁଖୀ କରିବା ସହ “ପରୀ ଏକ୍ସପ୍ରେସ୍’ ପରିଭ୍ରମଣ ସମୟରେ ସଚେତନତା ବାର୍ତ୍ତା ବହନ କରି ଶିଶୁ ନିର୍ଯ୍ୟାତନା ରୋକିବା ଦିଗରେ ସହାୟ ହୋଇପାରିବ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

Leave a Reply

Your email address will not be published. Required fields are marked *