ପରୀକ୍ଷାରେ ସୁଯୋଗ ଦେବା ପାଇଁ ବାଉଁଶୁଣୀ ସଂସ୍କାର କଲେଜ ଛାତ୍ର ଛାତ୍ରୀଙ୍କ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ

ବୌଦ୍ଧ, ୨୧ା୦୩(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ବାଉଁଶୁଣୀ ସଂସ୍କାର ଯୁକ୍ତଦୁଇ ଜୁନିୟର କଲେଜର ୫୦ ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପରୀକ୍ଷାରୁ ବଞ୍ଚôତ ହୋଇଥିବା ଓ ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଛନ୍ତି । ପରୀକ୍ଷାରୁ ବଞ୍ଚôତ ଛାତ୍ର ଛାତ୍ରୀ , ଅଭିଭାବକ , ବିଜେପି ନେତା ସୁଧାଂଶୁ ଡାଙ୍ଗ, ଜିଲାପରିଷଦ ସଭ୍ୟ ଅବକାଶ ସାହୁ ଆଦିଧାରଣାରେ ବସିଥିଲେ । ସେମାନଙ୍କ ଦାବୀ ସମୁହ ପରୀକ୍ଷାରୁ ବଞ୍ଚôତ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ, କଲେଜର ଅଧକ୍ଷ୍ୟ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ଗିରଫ ଦାବୀ, ଏହାକୁ ନେଇ ବିଚାରବିଭାଗୀୟ ତଦନ୍ତ ଦାବୀ କରିଥିଲେ । ଏନେଇ ମଧ୍ୟ ଛାତ୍ର ଛାତ୍ରୀ ମାନେ ଜିଲାପ୍ରଶାସନକୁ ପୁର୍ବରୁ ଲିଖିତ ଅଭିଯୋଗ କରିଥିଲେ । ଅପରାହ୍ନରେ ଉପଜିଲାପାଳ ଏନସିଜ୍ୟୋତିରଂଜନ ନାଏକ ଅନଶନ ଛାତ୍ର ଛାତ୍ରୀ ମାନଙ୍କୁ ଏନଆଇଓଏସ ଜରିଆରେ ପରୀକ୍ଷା ଦେବାକୁ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ । କିନ୍ତୁ ଛାତ୍ର ଛାତ୍ରୀ ମାନେ ଏହାକୁ ମାନିନଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦାବୀ ରହିଲା ଆମେ ଯଦି ଏନଆଇଓଏସ ଜରିଆରେ ପରୀକ୍ଷା ଦିଆଗଲେ ପିଲାଙ୍କୁ ଏହି ଖର୍ଚ୍ଚରୁ ବାଦ ଦିଆଯାଉ , ଏହା ସହ ତୁରନ୍ତ କଲେଜ କତ୍ତୃପକ୍ଷଙ୍କୁ ଗରିଫ ଦାବୀ କରିଅଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ଅନଶନରେ ବସିଅଛନ୍ତି ।

Leave a Reply

Your email address will not be published. Required fields are marked *