ପରି ସଚେତନ ରଥ ଟିଟିଲାଗଡ଼ରେ ପହଂଚିବା ନେଇ ପ୍ରସ୍ତୁତି ବୈଠକ

ଟିଟିଲାଗଡ଼ ୫/୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଶିଶୁ ଯୌନ ନିର୍ଯ୍ୟାତନା ବିରୋଧରେ ଓଡିଶା ପୋଲିସ ଦ୍ୱାରା ରାଜ୍ୟ ବ୍ୟାପି ଅଭିଯାନ ଗତ ଗତ ଅଠେଇଶ ତାରିଖରୁ ଆରମ୍ଭ ହୋଇଯାଇଥିବା ବେଳେ ଟିଟିଲାଗଡ଼ରେ ଉକ୍ତ ସଚେତନ ରଥ ୯ ତାରିଖ ରେ ପହଂଚିବା ନେଇ ଆଜି ଏକ ସମ୍ବିଳନୀରେ ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ସରୋଜ ମହାପାତ୍ର ସୂଚନା ଦେଇଛନ୍ତି। ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ଉକ୍ତ ସଚେତନ ରଥ ପହଁଚିବା ଓ ନା ନା କାର୍ଯ୍ୟକ୍ରମକୁ କିପରି ସଫଳ କରାଯିବ ସେ ନେଇ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ବିଭିନ୍ନ ସଂଗଠନ, ମହିଳା ମୋର୍ଚା, ସ୍ବେଛାସେବୀ, ବିଭିନ୍ନ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଟିଟିଲାଗଡ଼ ଥାନା ଅଧିକାରୀ ବିଜୟାନନ୍ଦ କର୍କରା, ମହିଳା ସଂଗଠନ ଆର ରାଇମାନ, ଅଞ୍ଜଳି ବେହେରା, ବୃନ୍ଦାବନ ଷଡ଼ଙ୍ଗୀ, ପ୍ରମୋଦ ପାଲ, ଶ୍ରୀ ଦୀପକ ସମଦlର, ଏ.ବି.ଇ.ଓ ଅଭିରାମ ମାଝି, ଅଲେଖ ଦଳବେହେରା ପ୍ରମୁଖ ସାମିଲଥିଲେ।

Leave a Reply

Your email address will not be published. Required fields are marked *