ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ

ପୁରୀ, ୨୫/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ବୃକ୍ଷର ସୁରକ୍ଷା ହେଲେ ପରିବେଶର ସୁରକ୍ଷା ହୋଇପାରିବ। ଜୀବଜଗତର ସନ୍ତୁଳନ ରକ୍ଷା ହୋଇପାରିବ। ବୃକ୍ଷର ସୁରକ୍ଷା ଓ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ସାଇକେଲ ଭାରତ ଭ୍ରମଣରେ ବାହାରିଛନ୍ତି ପଶ୍ଚିମ ବଙ୍ଗ ଦକ୍ଷିଣ ଚବିଶି ଜିଲ୍ଲା କାଚରାପଡାର ତାରକା ପିଲା। ୨୦୧୭ ମସିହା ଜୁଲାଇ ୧୦ ତାରିଖରେ ନିଜ ଗ୍ରାମରୁ ସାଇକେଲରେ ବାହାରିଥିବା ତାରକ ମଙ୍ଗଳବାର ପୁରୀରେ ପହଁଚିଛନ୍ତି। ପୁରୀରେ ପହଁଞ୍ଚିବା ପରେ ସେ ତପୋବନ ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷାର ଟିପ୍ସ ଦେଇଛନ୍ତି। ବିଦ୍ୟାଳୟର ଏକ କାଳାଶଂରେ ସେ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ସୁରକ୍ଷା ଓ ପରିବଶେ ସୁରକ୍ଷା ସଂପର୍କରେ ବାର୍ତ୍ତା ଦେବା ସହ ଛାତ୍ର ଛାତ୍ରୀଙ୍କ ସହିତ ପ୍ରଶ୍ନ ଉତର କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରମୋଦ କୁମାର ଆଚାର୍ଯ୍ୟ ‘ତାରକ’ଙ୍କୁ ସ୍ୱାଗତ କରିଥିଲେ। ବର୍ତମାନ ସୁଧା ତାରକ ଆସାମ, ବିହାର, ଉତରପ୍ରଦେଶ, ରାଜସ୍ଥାନ, ହରିୟାନା, ଦ୍ୱିଲ୍ଲୀ, ଗୁଜୁରାଟ, ପଂଜାବ, ଝାଡଖଣ୍ଡ ଆଦି ରାଜ୍ୟ ସାଇକେଲରେ ଭ୍ରମଣ କରି ପୁରୀରେ ପହଁଚିଂଛନ୍ତି। ଯାତ୍ରା ସମୟରେ ସେ ବିଭିନ୍ନ ବିଦ୍ୟାଳୟକୁ ଯାଇ ବୃକ୍ଷର ସୁରକ୍ଷା ସମେତ ପରିବେଶ ସୁରକ୍ଷା ସପର୍କରେ ଛାତ୍ରଛାତ୍ରୀଙ୍କ ବୁଝାଇଛନ୍ତି। ପୁରୀରୁ ସେ ଏବେ ଦକ୍ଷିଣ ଭାରତ ଅଭିମୁଖେ ସାଇକେଲରେ ଯାତ୍ରା କରିଛନ୍ତି।

Leave a Reply

Your email address will not be published. Required fields are marked *