ଜିଲ୍ଲା ପରିକ୍ରମା

ପରିବେଶ ନାମରେ ଖାଦାନ୍ ସିଲ୍ ପରେ ୫୦୦ କୋଟି ଟଙ୍କାର ଉନ୍ନୟନ କାମ ଠପ୍

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ହାତୀଙ୍କ ସୁରକ୍ଷା ସ୍ଥଳି ଖୋଜି ପାଉନାହାଁନ୍ତି ପ୍ରଶାସନ। ତେଣୁ ଆଖି ବୁଜା ୧୦ କିଲୋମିଟର ଜାଗାରେ ୫୦ କିଲୋମିଟର ଏରିଆକୁ ସିଲ୍ କରିଦେଇଛନ୍ତି। ଯେଉଁଥିପାଇଁ ଭଦ୍ରକ ଜିଲାର ୫୦୦ କୋଟିରୁ ଅଧିକ ଟଙ୍କାର ଉନ୍ନୟନ କାମ ଏବେ ଠପ୍ ହୋଇଯାଇଛି। ଏହି ୫୦୦ କୋଟି ଟଙ୍କା କାମରେ ଭଦ୍ରକ-ଚାନ୍ଦବାଲି-ଆନନ୍ଦପୁର ରାସ୍ତା ସାମିଲ ରହିଛି। କଂଚାମାଲ ଅଭାବ ଯୋଗୁଁ ଆନନ୍ଦପୁର-ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ୨୫୦ କୋଟି ଟଙ୍କାର ରାସ୍ତା କାମ ମଧ୍ୟ ଅଧାରୁ ବନ୍ଦ ହେଲା। ଏବେ ଭଦ୍ରକ-ବାଲେଶ୍ୱର ସର୍କଲରେ ୫୬ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ସଡକ ରାସ୍ତା ନିର୍ମାଣ ଟେଣ୍ଡର ଡକାଯାଇଛି। ଯାହାକି କୌଣସି ଠିକାଦାର ଟେଣ୍ଡର ପକାଇବାକୁ ନାରାଜ। ମିଳିଥିବା ତଥ୍ୟ ଅନୁଯାୟୀ ସରକାର ହାତୀଙ୍କ ରହଣି ସ୍ଥଳରେ ଡିନାମାଇଟ୍ ବିସ୍ପୋରଣ ଉପରେ ଅଂକୁଶ ଲଗାଇ ବିଭିନ୍ନ ଖାଦାନକୁ ସିଲ୍ କରିଦେଲେ। ଖାଦାନ ଥିଲା ୧୦ କିଲୋମିଟର ଏରିଆ ମଧ୍ୟରେ କୌଣସି ବିସ୍ପୋରଣ କରାଯାଇପାରିବ ନାହିଁ। ନିୟମରେ ଆଗରୁ ନୀଳଗିରି, ଶାରୀଶୁଆ ଓ ମିତ୍ରପୁର ଖାଦାନକୁ ବନ୍ଦ କରିଥିବା ବେଳେ ନିକଟରେ କୁପାରୀ ଖାଦାନକୁ ବନ୍ଦ କରାଯାଇଥିଲା। ଏବେ ୩ ଦିନ ତଳେ ପୁଣି ବାଗୁଡି ଖାଦାନକୁ ବନ୍ଦ କରାଯାଇଛି। ଭଦ୍ରକ ଜିଲାର ଗ୍ରାମ୍ୟ ଉନ୍ନୟନ ବିଭାଗର ୧୩୦ କୋଟି, ୭ଟି ବ୍ଲକ୍ରେ ୧୦୦ କୋଟି, ଆରଡବ୍ଲ୍ୟୁଏସ୍ଏସ୍ ବିଭାଗରେ ୧୦ କୋଟି, ନାବାର୍ଡର ୧୦ କୋଟି, ଜଳସଂପଦ ବିଭାଗର ୫୦ କୋଟି, ଉଠା ଜଳସେଚନ ବିଭାଗର ୫ କୋଟି, କୃଷି ବିଭାଗର ୧ କୋଟି, ଡ୍ରେନେଜ୍ ବିଭାଗର ୫ କୋଟିକୁ ମିଶାଇ ୩୧୧ କୋଟି ଟଙ୍କାର ଉନ୍ନୟନ କାମ ୨୦୧୮-୧୯ ବର୍ଷରେ ଠପ୍ ହୋଇରହିଛି। କାରଣ ଖାଦାନ ସିଲ୍ ହେବା ଯୋଗୁଁ ମୋରମ୍, ମେଟାଲ, ଚିପ୍ସ, ଡଷ୍ଟ ଆଦି ଆସିପାରୁନାହିଁ। ଖାଦାନକୁ ଗାଡି ଗଲେ ତହସିଲଦାରମାନେ ଗୋଟିଏ ଗାଡି ଉପରେ ୩୦ ରୁ ୫୦ ହଜାର ଯାଏଁ ଜରିମାନା ଲଗାଉଛନ୍ତି। ଏହି ଘଟଣା ପାଇଁ ୨୫୦ କୋଟି ଟଙ୍କାର ଭଦ୍ରକ-ଚାନ୍ଦବାଲି ରାସ୍ତା କାମରୁ ଠିକାଦାର ଓହରିଗଲେ। ଏବେ ରାଜ୍ୟ ପ୍ଲାନ୍ ଏବଂ କେନ୍ଦ୍ର ପ୍ଲାନ୍ ଜରିଆରେ ଆସୁଥିବା ବିଭିନ୍ନ କୋଠାବାଡି, ପୋଲ, ରାସ୍ତା ନିର୍ମାଣ ଓ ମରାମତି କାମ ଏକବାର ବନ୍ଦ ହୋଇଗଲାଣି। ମାର୍ଚ୍ଚ ମାସ ୨୦ ତାରିଖରେ ଗ୍ରାମ୍ୟ ଉନ୍ନୟନ ବିଭାଗର ୨୮ ଟି ପ୍ରଧାନମନ୍ତ୍ରୀ ସଡକ ଯୋଜନାର ରାସ୍ତା ନିର୍ମାଣ ପାଇଁ ୫୬ କୋଟି ଟଙ୍କାର ଶେଷ ଟେଣ୍ଡର ତାରିଖ ଥିଲେ ମଧ୍ୟ ଆଜି ଯାଏଁ କୌଣସି ଠିକାଦାର ଏହି ରାସ୍ତା ନିର୍ମାଣ ଟେଣ୍ଡର ନେବାକୁ ରାଜି ହେଉନାହାଁନ୍ତି। ଯଦି ପୁରୁଣା ଟେଣ୍ଡରକୁ ସାରିବା ପାଇଁ ଚୋରାରେ ଯାଜପୁର ଓ ଚଣ୍ଡିଖୋଲରୁ ମେଟେରିଆଲ ଆଣିବାକୁ ଠିକାଦାର ପ୍ରୟାସ କରୁଛି, ମୂଳ ଏଷ୍ଟିମେଟ୍ ଠାରୁ ଚଢି ଯାଉଛି ଏହି ନିର୍ମାଣ କାମର ଏଷ୍ଟିମେଟ୍। ଠିକାଦାରମାନେ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗର ଡିଭିଜନ-୧ ଓ ଡିଭିଜନ-୨ ର ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ସମସ୍ୟା ଜଣାଇଛନ୍ତି। ନିର୍ବାହୀ ଯନ୍ତ୍ରୀମାନଙ୍କ ମତାମତ ନେବାରୁ ସେମାନେ ଅସହାୟ ହୋଇପଡିଛନ୍ତି। ସେହିପରି ଭଦ୍ରକ ଜିଲାପାଳଙ୍କ ମତାମତ ମାଗିବାରୁ ସେ ଉନ୍ନୟନ କାମ ଚାଲୁ ରଖିବା ପାଇଁ ପଡୋଶୀ ଯାଜପୁର ଜିଲାରୁ ମୋରମ୍, ମେଟାଲ, ଚିପ୍ସ ଆଣିବାକୁ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଆଦେଶ ଦେବେ ବୋଲି କହିଛନ୍ତି। ଏ ବାବଦରେ ରାଜସ୍ୱ ମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ପତ୍ର ଲେଖାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top