ପରିବେଶବିତ୍ ଦେବଦାଶ ରାଏଗୁରୁଙ୍କ ପ୍ରକୃତି ବନ୍ଧୁ ପୁରସ୍କାର

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ମଡର୍ଣ୍ଣ ଭାରତୀ’ ର ମହାସଚିବ, ଭଦ୍ରକ ଜିଲା ଇଲେକ୍ଟି୍ରଆନ୍ ଆସୋସିଏସନ୍, ସ୍ୱରାଜବାର୍ତ୍ତା ତରଫରୁ ବିଶିଷ୍ଟ ସମାଜସେବୀ ତଥା ସୁସଂଗଠକ ହିସାବରେ ସମ୍ବର୍ଦ୍ଧିତ ହୋଇଥିବା ଦେବଦାଶ ରାଏଗୁରୁ ୨୦୧୮ ମସିହାରେ ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି। ଓଡ଼ିଶା ସରକାରଙ୍କ ଜଂଗଲ ପରିବେଶ ବିଭାଗ ପକ୍ଷରୁ ଏହି ପୁରସ୍କାର ଭଦ୍ରକ ସଂସ୍କୃତି ଭବନରେ ଜିଲାପାଳଙ୍କ ଠାରୁ ମାନପତ୍ର ତଥା ପୁରସ୍କାରର ରାଶି ଗ୍ରହଣ କରିଛନ୍ତି। ଏଥିପାଇଁ ବିଶିଷ୍ଟ କବି ଡଃ ଅବନୀ ପ୍ରଧାନ, କବି ରମେଶ ସ୍ୱାଇଁ, ମସ୍କୋ ଗୋଲ୍ଡ ଗୋପାଳକୃଷ୍ଣ ମହାପାତ୍ର, ସମାଜସେବୀ ଅଧର ମଲ୍ଲିକ, ଶ୍ୟାମନାରାୟଣ ପଣ୍ଡା, ପାର୍ବତୀ ରାଏଗୁରୁ, କମଳାକାନ୍ତ ଜେନା ପ୍ରକୃତି ବନ୍ଧୁ ଦେବଦାଶ ରାଏଗୁରୁଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *