ଜିଲ୍ଲା ପରିକ୍ରମା

ପରିବହନ ଠିକାଦାର ନିଯୁକ୍ତିରୁ ଯୋଗାଣ ବିଭାଗ ଅଠାକାଠିରେ ୧୬ ମାସରେ ୫.୫୦ ଲକ୍ଷ କ୍ଷତି

ଭଦ୍ରକ,୧୩ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାର ଚାନ୍ଦବାଲି ଏବଂ ଧାମନଗର ବ୍ଲକ୍ରେ ଲେବଲ-୨ ଠିକାଦାର ନିଯୁକ୍ତିକୁ ନେଇ ଜିଲା ଯୋଗାଣ ନିଗମ ଅଠାକାଠିରେ ପଡିଛି । କମ୍ ବିଡର ଥିବା ଠିକାଦାରଙ୍କ ଟେଣ୍ଡରକୁ ନାକଚ କରି ଅଧିକ ଦର ଥିବା ପରିବହନ ଠିକାଦାରଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର କରି ଅଡୁଆରେ ପଡିଛି ଜିଲା ଯୋଗାଣ ନିଗମ । ଏହା ଫଳରେ ଗତ ୧୬ ମାସ ମଧ୍ୟରେ ନିଗମ ପ୍ରାୟ ୫ ଲକ୍ଷ ୫୦ ହଜାର ଟଙ୍କା କ୍ଷତି ସହିବାକୁ ପଡିଥିବାବେଳେ ଏନେଇ ନିଗମକୁ ଅଯଥାରେ କୋର୍ଟ କଚେରୀ ମାମଲାରେ ଫସିବାକୁ ପଡିଛି । ଯାହାକୁ ନେଇ ରାଜ୍ୟ ଯୋଗାଣ ନିଗମ ଆପତ୍ତି ଉଠାଇଛି । ବେଆଇନ୍ ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ ଏହି ଚୁକ୍ତିନାମାକୁ ବାତିଲ କରି କମ୍ ବିଡର ଥିବା ଠିକାଦାରଙ୍କ ସହ ସାନି ଚୁକ୍ତିନାମା ସ୍ୱାକ୍ଷର କରିବା ସକାଶେ ରାଜ୍ୟ ଯୋଗାଣ ନିଗମ ତାଙ୍କ ପତ୍ରାଙ୍କ ନଂ ୧୨୮୯/୦୬/୦୭/୧୮ ରେ ଜିଲା ଯୋଗାଣ ନିଗମ୍ ଅଧିକାରୀ ଏବଂ ଜିଲାପାଳଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଗତବର୍ଷ ଭଦ୍ରକ ଜିଲାରେ ୨୦୧୭/୧୮ ଏବଂ ୨୦୧୮/୧୯ ଆର୍ଥିକ ବର୍ଷ ନିମନ୍ତେ ଯୋଗାଣ ନିଗମ ପକ୍ଷରୁ ଲେବଲ-୨ ପରିବହନ ଠିକାଦାର ନିଯୁକ୍ତି ସକାଶେ ଟେଣ୍ଡର ପ୍ରକାଶ ପାଇଥିଲା । ଏଥିରେ ଧାମନଗର ଏବଂ ଚାନ୍ଦବାଲି ବ୍ଲକ୍ରେ ଯୋଗାଣ ସାମଗ୍ରୀ ପରିବହନ ସକାଶେ କମ୍ ବିଡରଥିବା ପରିବହନ ଠିକାଦାର ଅଭୟ ଜେନାଙ୍କ ଟେଣ୍ଡରକୁ ଚଂଚକତା କରାଯାଇ ଖୋଲାନଯାଇ ଅଧିକ ଦର ଥିବା ଅନ୍ୟ ଦୁଇଜଣ ଠିକାଦାରଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହି ଘଟଣାକୁ ନେଇ ସୁଯୋଗରୁ ବଂଚିତ ଠିକାଦାର ଅଭୟ ଜେନା ମାନ୍ୟବର ଓଡ଼ିଶା ହାଇକୋର୍ଟରେ ଆଶ୍ରୟ ନେଇଥିଲେ । ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଆଦେଶ କ୍ରମେ ୨୦୧୭ ଡିସେମ୍ବର ୨୦ ତାରିଖରେ ଡିଏଲ୍ଟିସି ବୈଠକରେ ଖୋଲାଯାଇନଥିବା ଅଭୟ ଜେନାଙ୍କ ଟେଣ୍ଡର ଖୋଲାଯାଇଥିଲା । ଏଥିରୁ ଚାନ୍ଦବାଲି ବ୍ଲକ୍ରେ ପରିବହନ ସକାଶେ ବାଦ ପଡିଥିବା ଅଭୟ ଜେନାଙ୍କ ପ୍ରାଇସବିଡ କ୍ୱିଣ୍ଟାଲ ପିଛା ୧୯ ଟଙ୍କା ୯୦ ପଇସା ରହିଥିବା ସ୍ଥଳେ ଜିଲା ଟେଣ୍ଡର କମିଟି କ୍ୱିଣ୍ଟାଲ ପିଛା ୨୨ ଟଙ୍କା ୫ ପଇସା ଦରରେ ଠିକାଦାର ନିଯୁକ୍ତି କରିଛନ୍ତି ବୋଲି ଜଣାପଡିଥିଲା । ସେହିଭଳି ଧାମନଗର ବ୍ଲକ୍ରେ ଅଭୟଙ୍କ ପରିବହନ ଦର କ୍ୱିଣ୍ଟାଲ ପିଛା ୨୪ ଟଙ୍କା ୩୮ ପଇସା ରହିଥିବାବେଳେ କମିଟି ୨୫ ଟଙ୍କା ୭୦ ପଇସା ଅଧିକ ଦରଥିବା ଅନ୍ୟ ଜଣେ ଠିକାଦାରଙ୍କୁ ନିଯୁକ୍ତି ଦେଇଛନ୍ତି । ତେବେ ଜିଲା ଟେଣ୍ଡର କମିଟିର ଏହି ଜାଲିଆତି ଜଣାପଡିବା ସତ୍ୱେ କମିଟି ଆଇନଗତ ସଂକଟ ଆଳରେ ପୂର୍ବ ଚୁକ୍ତିନାମାକୁ ରଦ୍ଦ ନକରି ମାମଲାକୁ ଗଡେଇ ଚାଲିଥିଲେ । ଜିଲା ଟେଣ୍ଡର କମିଟିର ଏହି ଧରଣର ସ୍ୱେଚ୍ଛାଚାରିତା ବିରୁଦ୍ଧରେ ଅଭୟ ଜେନା ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିଦେ୍ର୍ଦଶକଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ସମସ୍ତ ତଥ୍ୟ ପ୍ରଦାନ କରିବା ପରେ ଏମଡି ଘଟଣାର ଯଥାର୍ଥତା ଉପଲବ୍ଧô କରି ପୂର୍ବ ଚୁକ୍ତିନାମାକୁ ରଦ୍ଦ କରି ତୁରନ୍ତ ଅଭୟ ଜେନାଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ଆଦେଶ ଦେଇଛନ୍ତି । ତେବେ ଏଥିସକାଶେ ଗତ ୧୬ ମାସ ମଧ୍ୟରେ ନିଗମକୁ ଯେଉଁ ଆର୍ଥିକ କ୍ଷତି ସହିବାକୁ ପଡିଛି, ତାହା କାହା ପାଖରୁ ଭରଣା କରାଯିବ, ସେଥିନେଇ କର୍ତ୍ତୃପକ୍ଷ ଅଦ୍ୟାବଧି କୌଣସି ସୂଚନା ଜାରି କରିନାହାଁନ୍ତି । ସୂଚନା ଯୋଗ୍ୟ ଯେ ଭଦ୍ରକ ଜିଲାରେ ବ୍ଲକ୍ ପିଛା ମାସିକ ପ୍ରାୟ ୧୦ ହଜାର କ୍ୱିଣ୍ଟାଲ ଗହମ ଏବଂ ଚାଉଳ ପରିବହନ ହୋଇଥାଏ । ଯେଉଁଥିରେ ନିଗମକୁ ଗତ ୧୬ ମାସ ମଧ୍ୟରେ ଏହି ଦୁଇ ବ୍ଲକ୍ରେ ଅନୁ୍ୟନ ପକ୍ଷେ ୫ ଲକ୍ଷ ୫୦ ହଜାରରୁ ଉଦ୍ଧ୍ୱର୍ ଟଙ୍କା କ୍ଷତି ସହିବାକୁ ପଡିଥିବା କୁହାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top