ଓଡ଼ିଶା

ପରିତ୍ୟକ୍ତା ଗୃହରେ ଚାଲିଥିଲା ସେକ୍ସ କାରାବାର ରାଣୀ ମହୁମାଛି ସମେତ୨ ଦେହଜୀବି ଓ ୨ ଗ୍ରାହକ ଧରାପଡିଲେ

ରସୁଲୁପର, ୧୮ା୮(ଓଡିଆ ପୁଅ/ମାନସ ରାଉତ) : ରସୁଲପୁର ବ୍ଲକ ବ୍ରହ୍ମବରଦା ହାଟସ୍ଥିତ ଏକ ପରିତ୍ୟକ୍ତା ଗୃହରେ ଦେହବ୍ୟବସାୟ ରା୍ୟାକେଟ୍ ଗ୍ରାମବାସୀଙ୍କ ଦ୍ୱାରା ଠାବ ହୋଇଛି। ଏହି ଘଟଣାରେ ଜଣେ କିଙ୍ଗ୍ପିନ(ରାଣୀ ମହୁମାଛି)ସହ ୨ ଜଣ ଯୁବତୀ ଓ ୨ ଜଣ ଗ୍ରାହକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। ଘଟଣାରୁ ପ୍ରକାଶ ଯେ ଯାଜପୁର ସଦର ଥାନା ଅନ୍ତର୍ଗତ କାକୁଡିକୁଦ ଗ୍ରାମର ନିରଞ୍ଜନ ଦାସଙ୍କ ବ୍ରହ୍ମବରଦା ହାଟସ୍ଥିତ ଏକ ଘରକୁ ଭଡା ସୂତ୍ରରେ ଦେଇ ଆସୁଥିଲେ। ଏହି ଘରକୁ ବନ୍ଧଡିହ ଗ୍ରାମର ଭରତ ଜେନାଙ୍କ ପତ୍ନୀ କଳ୍ପନା(୪୦) ଭଡା ସୁତ୍ର ନେଇ ଥିଲେ। ହେଲେ ଏହି ଗୃହଟି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା। ରାତିରେ ଏହି ଘରେ ଦେହ ବ୍ୟବସାୟ ଚାଲିଥିବା ନେଇ ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା। ହେଲେ ଆଜି ଅପରାହ୍ନରେ ଏହି ଗୃହରେ କଳ୍ପନା ବାହାର ଜିଲାରୁ କିଛି ଯୁବତୀଙ୍କୁ ଆଣି ଏଠାରେ ଅନୈତିକ କାର୍ଯ୍ୟରେ ଲିପ୍ତ କରାଉଥିଲେ। କିଙ୍ଗପିନ୍ ତଥା ରାଣୀମହୁମାଛି କୁହାଯାଉଥିବା କଳ୍ପନା ଆଜି ଏକ ନିଛାଟିଆ ଜାଗାରେ ତାଙ୍କ ସ୍କୁଟି ରଖି ଉକ୍ତ ଗୃହକୁ ଯାଉଥିବା ବେଳେ ପରେ ୨ ଯୁବତୀ ଓ ୪ ଗ୍ରାହକ ଏହି ଗୃହକୁ ଯାଇଥିଲେ। ଫଳରେ ସ୍ଥାନୀୟ ଲୋକେ ସନ୍ଦେହ କରି ଉକ୍ତ ଗୃହକୁ ଯାଇଥିଲେ। ସେଠାରୁ କୌଶଳ କ୍ରମେ ୨ ଗ୍ରାହକ ଫେରାର ହୋଇଯାଇଥିଲେ। ଅନ୍ୟମାନେ ଅସଞ୍ଜତ ଅବସ୍ଥାରେ ଦେଖି ଧର୍ମଶାଳା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପଂହଚି ରାଣୀମହୁମାଛି କଳ୍ପନା ଓ ସାଲେପୁର ଓ ବଡମ୍ବା ଅଂଚଳର ୨ ଯୁବତୀ ଓ ୨ ଗ୍ରାହକଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ କଳ୍ପନାର ସ୍କୁଟି(ଓଡି୩୪ଏଫ୍ ୧୪୧୧) ଓ ଗ୍ରାହକଙ୍କର ପଲସର ବାଇକ୍ (ଓଡି୦୪ଜି୫୨୧୫)କୁ ଜବତ କରି ତଦନ୍ତ ଚଳାଇଛି। ଆସନ୍ତା କାଲି ସେମାନଙ୍କର ଡାକ୍ତରୀ ମଇନ କରାଯିବ ବୋଲି ଜଣାପଡିଛି। ଦୀର୍ଘ ଦିନ ଧରି କଳ୍ପନା ଦୀର୍ଘ ଦିନ ଧରି ବିଭିନ୍ନ ଜିଲାରୁ ଯୁବତୀଙ୍କୁ ଆଣି ବ୍ରହ୍ମବରଦା ଓ ବନ୍ଧଡିହ ଅଂଚଳରେ ଦେହବ୍ୟବସାୟ ଚଳାଉଥବବା ନେଇ ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top