ପରବ-୨୦୧୭; ସାଇକେଲ ଚାଳନା ପ୍ରତିଯୋଗିତାରେ ୫୦୦ ପ୍ରତିଯୋଗୀ ଭାଗନେଲେ

କୋରାପୁଟ ; ତା୧୮-୧୨-୧୭(ଓଡ଼ିଆ ପୁଅ/ରଂଜନ କୁମାର ଦାସ) ରାଜ୍ୟସ୍ତରୀୟ ଲୋକତ୍ସବ ପରବ-୨୦୧୭ ଅବସରରେ ସାଇକେଲ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ଥାନୀୟ ପୋଲିସ ପ୍ୟାରେଡ ପଡିଆଠାରେ ପତାକା ଦେଖାଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।କୋରାପୁଟ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ମହେଶ୍ୱର ଚନ୍ଦ୍ର ନାୟକ,  ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ପାତ୍ର,  କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତି,  କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ବଳଭଦ୍ର ଦୀପ,  ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ପ୍ରମୁଖ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ।ପୁରୁଷ,  ମହିଲା ଓ ବରିଷ୍ଠ ନାଗରିକ ମଧ୍ୟରେ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ପୋଲିସ ପ୍ୟାରେଡ ପଡିଆଠାରୁ ଦୟାନିଧିଗୁଡା ପର୍ଯ୍ୟନ୍ତ ସାଇକେଲ ଚାଳନା ପ୍ରତିଯୋଗିତା କରାଯାଇଥିଲା। ପୁରୁଷ ବିଭାଗରେ ଓଏସଏପି କୋରାପୁଟର କଲ୍ୟାଣସାଗର ପଟେଲ ୧ମ ହୋଇଥିବା ବେଳେ ନନ୍ଦପୁରର ସୁନିଲ କୁମାର ଖାଡା ୨ ୟ ଓ କୋରାପୁଟସ୍ଥିତ ଝରିଗୁଡାର ଅମି ଟାକ୍ରୀ ୩ ୟ ସ୍ଥାନ ପାଇଥିଲେ।ମହିଳା ବିଭାଗରେ କୋରାପୁଟ ପୋଲିସର ଆର. କେ. ଏକ୍କା ୧ମ ହୋଇଥିବା ବେଳେ ସେମିଲିଗୁଡାର ଅଂକିତା ବେହେରା ୨ୟ ଓ କୋରାପୁଟସ୍ଥିତ ଗୈାଡଗୁଡାର କୁସୁମ ଦିଶାରୀ ୩ ୟ ସ୍ଥାନ ପାଇଥିଲେ।ସେହିପରି ବରିଷ୍ଠ ବିଭାଗରେ କୋରାପୁଟ ପୋଲିସର ପି .ଶ୍ରୀନିବାସ ରାଓ ୧ମ ହୋଇଥିବା ବେଳେ କୋରାପୁଟର ପଞାନନ ମହାନ୍ତି ୨ୟ ଓ କୋରାପୁଟସ୍ଥିତ ଢେପସାହିର ଦୟାସିଂ ବାଘ ୩ ୟ ସ୍ଥାନ ପାଇଥିଲେ।

Leave a Reply

Your email address will not be published. Required fields are marked *