ଅପରାଧ

ପରକିୟା ପ୍ରୀତି ପାଇଁ ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ

ଯାଜପୁର, ୩୦.୪(ଓଡିଆ ପୁଅ): ଯାଜପୁର ଜିଲା ବଡଚଣା ବ୍ଲକ ଅନ୍ତର୍ଗତ ଉବୁକା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଭିଣୋଇ ସହିତ ଅନୈତିକ ସମ୍ପର୍କକୁ ସନ୍ଦେହ କରି ନିଜ ସ୍ତ୍ରୀକୁ ସ୍ୱାମୀ କଟୁରୀରେ ହାଣି ହତ୍ୟା କରିଥିବା ସହ ଭିଣୋଇକୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲା ହତ୍ୟାକାରୀ ସ୍ୱାମୀ। ବୈରୀ ଥାନା ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ଉବୁକା ଗ୍ରାମର ଅକ୍ଷୟ କୁମାର ମଳିକ ସୋମବାର ଅପରାହ୍ନରେ ନିଜ ସ୍ତ୍ରୀକୁ କଟୁରୀରେ ହତ୍ୟା କରିବା ସହ ଭିଣୋଇକୁ ଆକ୍ରମଣ କରି ଗୁରୁତର କରିଥିବା ଜଣାଯାଇଛି। ସୂଚନା ଅନୁଯାଇ ଦିର୍ଘଦିନ ଧରି ଅକ୍ଷୟର ଭିଣୋଇ ଅରୁଣ ମଳିକ ତାର ସ୍ତ୍ରୀ ସହିତ ଅନୈତିକ ସମ୍ପର୍କ ସ୍ଥାପନ କରିଆସୁଥିଲା। ଏହାକୁ ଅକ୍ଷୟ ବାରମ୍ବାର ବିରୋଧ କଲାପରେ ମଧ୍ୟ ଏଥିରେ ଅରୁଣ ନିବୃତ ହୋଇନଥିଲା। ଏହି ଘଟଣାଟିକୁ ନେଇ ଅକ୍ଷୟ ମାନସିକ ଭାରସାମ୍ୟ ହରାଇ ବସିଥିଲା। ଏହାକୁ କେନ୍ଦ୍ରକରି ସୋମବାର ଅକ୍ଷୟ ନିଜ ସ୍ତ୍ରୀ (୩୫)କୁ ଏକ ଧାରୁଆ କଟୁରୀ ଦ୍ୱାରା ଆକ୍ରମଣ କରିଥିଲା, କଟୁରୀ ଚୋଟରେ ସ୍ତ୍ରୀ ଘର ଚଟାଣରେ ଟଳି ପଡିଥିଲେ। ପ୍ରବଳ ପାଟିତୁଣ୍ଡ ହେବାରୁ ନିକଟରେ ଥିବା ଭିଣୋଇ ଅରୁଣ ଘଟଣାସ୍ଥଳରେ ପହଂଚି ପ୍ରତିବାଦ କରିଥିଲା। ମାତ୍ର ମାନସିକ ଭାରସାମ୍ୟ ହରାଇଥିବା ଅକ୍ଷୟ ଭିଣୋଇ ଅରୁଣଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇନଥିଲା। ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ଭାରତୀକୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଅରୁଣକୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ଖବର ପାଇ ବୈରୀ ଥାନା ଅଧିକାରୀ ନିରଞ୍ଜନ ଶବର ସଦଳବଳେ ଉବୁକାରେ ପହଂଚି ହତ୍ୟାକାରୀ ସ୍ୱାମୀ ଗିରଫ କରି ଅଧିକ ତଦନ୍ତ ଚଳାଇଥିବା ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top