ଜିଲ୍ଲା ପରିକ୍ରମା

ପବିତ୍ର ମକର ସଂକ୍ରାନ୍ତୀ ଉପଲକ୍ଷେ ତିନିଦିନ ବ୍ୟାପୀ ବିଶ୍ୱ ଶାନ୍ତି ମହାଯଜ୍ଞର ଶୁଭାରମ୍ଭ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପବିତ୍ର ମକର ସଂକ୍ରାନ୍ତୀ ଉପଲକ୍ଷେ ଭଦ୍ରକ ସହରର ରାଜଘାଟଛକ ନିକଟସ୍ଥ ଶ୍ମଶାନ କାଳୀ ପଡିଆ ସୁଦର୍ଶନ ଚକ୍ରପୀଠରେ ପ୍ରତିଷ୍ଠିତ ମା’ ବୈଷ୍ଣୋ ଦେବୀଙ୍କ ୧୯ତମ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଆଜିଠାରୁ ତିନିଦିନ ବ୍ୟାପୀ ଆରମ୍ଭ ହୋଇଛି। ଏଥି ଉପଲକ୍ଷେ ଆଜି ଅପରାହ୍ନ ୨ ଘଟିକାରେ ମହିଳାଙ୍କ ଦ୍ୱାରା କଳସ ଶୋଭାଯାତ୍ରା ବାହାରି ରାଜଘାଟସ୍ଥିତ ସାଳନ୍ଦୀ ନଦୀଘାଟରେ ଜଳ ଉତ୍ତୋଳନ ପୂର୍ବକ ସ୍ଥାନୀୟ ଅଂଚଳ ପରିକ୍ରମା କରି ଘଟ ସ୍ଥାପନ କରିଥିଲେ। ମନ୍ଦିରର ପ୍ରତିଷ୍ଠାତା ଅକ୍ଷୟ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୂଜକମାନଙ୍କ ଦ୍ୱାରା ସୂର୍ଯ୍ୟପୂଜା ଓ ଅଗ୍ନିକୁଣ୍ଡ ପ୍ରତିଷ୍ଠା ପରେ ପ୍ରାରମ୍ଭିକ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ଆସନ୍ତାକାଲି ଅହୋରାତ୍ର ବେଦପାଠ ପରେ ନବଗ୍ରହ ପୂଜା ଆରମ୍ଭ ହୋଇ ରାତ୍ରି ୧୦ ଘଟିକାରେ ଚଣ୍ଡିପୂଜା ଆରମ୍ଭ ହେବ। ୧୫ ତାରିଖ ସୋମବାରରେ ଷୋଡଶ ପୂଜା ଆହୂତି କରାଯାଇ ଗୀତାପାଠ ପରେ ପୂର୍ଣ୍ଣାହୁତି ଓ ପ୍ରସାଦ ସେବନରେ ଏହି ବିଶ୍ୱଶାନ୍ତି ମହାଯଜ୍ଞର ସମାପନ ହେବ। ଏଣୁ ଏହି ପବିତ୍ର ଯଜ୍ଞକାର୍ଯ୍ୟ ଓ ଉତ୍ସବରେ ବହୁସଂଖ୍ୟାରେ ଯୋଗଦାନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top