Home ଜିଲ୍ଲା ପରିକ୍ରମା ପବିତ୍ର ମକର ସଂକ୍ରାନ୍ତିରେ ଆଖଣ୍ଡଳମଣିଙ୍କୁ ଲାଗିହେଲା ନୂଆ ମକର ଚାଉଳ ଓ ପୋଡପିଠା, ବଡସିଂହାର ବେଶରେ...

ପବିତ୍ର ମକର ସଂକ୍ରାନ୍ତିରେ ଆଖଣ୍ଡଳମଣିଙ୍କୁ ଲାଗିହେଲା ନୂଆ ମକର ଚାଉଳ ଓ ପୋଡପିଠା, ବଡସିଂହାର ବେଶରେ ଦର୍ଶନ ଦେଲେ ମଣିବାବା

37

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ମକର ସଂକ୍ରାନ୍ତି ଅବସରରେ ପରମ୍ପରା ଅନୁଯାୟୀ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କୁ ଲାଗି ହୋଇଛି ନୂଆ ମକର ଚାଉଳ ଓ ପୋଡପିଠା। ଏଥିପାଇଁ ଆଜି ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣ ଲାଗି, ଜଳାଭିଷେକ ନୀତି ସଂପନ୍ନ ହେବା ପରେ ନବବସ୍ତ୍ର, ଫୁଲ ବେଲ୍ୱପତ୍ର, ଚନ୍ଦନ ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା ମଣିବାବାଙ୍କୁ। ପରେ ସେବାୟତଙ୍କ ଦ୍ୱାରା ପ୍ରସ୍ତୁତ ନୂଆ ମକର ଚାଉଳ ଓ ପୋଡପିଠା ଲାଗି କରାଯାଇଥିଲା। ବର୍ଷକରେ ଏହିଦିନ ମକର ସଂକ୍ରାନ୍ତିରେ ମଣିବାବାଙ୍କୁ ପୋଡପିଠା ଭୋଗ ଲାଗି ହେଉଥିବାରୁ ସମସ୍ତ ସେବାକାରୀମାନେ ପୂର୍ବଦିନ ନୂଆ ଚାଉଳ, ନଡିଆ, ଛେନା, ଗୁଡ ଆଦିରେ ପ୍ରସ୍ତୁତ କରିଥାନ୍ତି ପୋଡପିଠା। ପବିତ୍ର ମକର ସଂକ୍ରାନ୍ତିରେ ମଣିବାବାଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା ପୀଠରେ। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା ସହିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲା। ମଣିବାବାଙ୍କର ସମସ୍ତ ସକାଳ ନୀତିକାନ୍ତି ଅପରାହ୍ନ ୪ଟା ସୁଦ୍ଧା ସଂପନ୍ନ ହେବା ପରେ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା ମଣିବାବାଙ୍କୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.