ଅପରାଧ

ପଥର ମାଫିଆଙ୍କ କବଜାରେ ବ୍ରାହ୍ମଣୀ ଦେବୀ ପାହାଡ, ଶହ ଶହ ଟ୍ରିପ୍ ମେଣ୍ଟାଲ ଚୋରା ଚାଲାଣ, ବନ ବିଭାଗ ନିରବ

ହରିଚନ୍ଦନପୁର, ତା୨୦ ଜୁନ(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବନବିଭାଗ ଅଧିନସ୍ଥ ଭଅଁରପୁର ଗ୍ରାମପଞ୍ଚାୟତର ବନବୀର ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ଦେବୀ ପାହାଡ ଉପରୁ ବେଆଇନ ଭାବେ ଶହ ଶହ ମେଣ୍ଟାଲ ଟ୍ରିପ ଚୋରା ଚାଲାଣ ହେଉଥିବାର ଅଭିଯୋଗ ହୋଇଛି। ସୂଚନା ମୁତାବକ ଏହି ପାହାଡଟି ଉପରକୁ କିଛି ମେଣ୍ଟାଲ ମାଫିଆଙ୍କ ନଜର ପଡିଯାଇଥିଲା। ତାହାକୁ ନେଇ ମାଫିଆ ମୋଟା ଅଙ୍କର ଟଙ୍କା ଲାଳସାକୁ ନେଇ ବେସ ଆରାମରେ ବନବିଭାଗ ଅଧିକାରୀଙ୍କ ସହ ସଲାସୁତରା କରି ପାହାଡ ଉପରୁ ଦିନ ଦ୍ୱିପହରେ ବେଆଇନ ଭାବେ ଖୁଲମଖୋଲା ମେଣ୍ଟାଲ ପିଟା କରି ଚୋରା ଚାଲାଣ କରୁଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାହାଡ ଉପରେ ରହିଥିବା ମୂଲ୍ୟବାନ ଗଛଗୁଡିକୁ ନଷ୍ଟ କରିବା ସହ ଗଭୀର ଗାତ ଖୋଳି ଶହ ଶହ ମେଣ୍ଟାଲ ଟ୍ରିପକୁ ଚୋରା ଚାଲାଣ କରୁଥିବାର ଦେଖିବାକୁ ମିଳିଛି। ଏବାବଦକୁ ନେଇ ଗ୍ରାମର କେତେ ଜଣ ବୁଦ୍ଧିଜୀବି ହରିଚନ୍ଦନପୁର ବନବିଭାଗ ଅଧିକାରୀଙ୍କ ନଜରକୁ ଆଣିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଇନଥିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ମେଣ୍ଟାଲଗୁଡିକୁ ମାଫିଆ ନିକଟରେ ଚାଲୁଥିବା ପ୍ରଧାନମନ୍ତ୍ରୀ ଶଡକ ଯୋଜନା ଠିକାଦାରଙ୍କୁ ବିକ୍ରି କରୁଥିବା ସହ ଦୂର ଦୂରାନ୍ତରକୁ ଚୋରା ଚାଲାଣ କରୁଥିବା ବେଳେ ବନବିଭାଗ ଅଧିକାରୀଙ୍କ ନିରବକୁ ନେଇ ଜନସାଧାରଣ ମଧ୍ୟରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଏଥିପ୍ରତି ଜିଲ୍ଲା ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ଯଥାଶିଘ୍ର ଉକ୍ତ ବେଆଇନ କାର୍ଯ୍ୟକୁ ବନ୍ଦ କରିବା ସହ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଟାନ ନେବାକୁ ସାଧାରଣରେ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top