ଓଡ଼ିଶା

ପତ୍ନୀହନ୍ତା ସ୍ୱାମୀ ଗିରଫ

ରାଉରକେଲା ୧୮-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଚାନ୍ଦିପୋଷ ଥାନା ଅନ୍ତର୍ଗତ ଦେଓଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ୱାମୀର ମାଡ଼ରେ ପତ୍ନୀ ପ୍ରାଣ ହରାଇଛନ୍ତି। ବେସାହାରା ହୋଇ ପଡ଼ିଛନ୍ତି ଚାରି ପୁତ୍ର। ପୋଲିସ୍ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଚାରି ପୁତ୍ରକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି। ଘଟଣାରୁ ପ୍ରକାଶ ଯେ, ଉକ୍ତ ଗ୍ରାମରେ ବୁଧୁ ଧିବର ସପରିବାର ବସବାସ କରନ୍ତି। ସେ ମାଛ ଧରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଗତ ୧୪ ତାରିଖ (ଶନିବାର) ରାତି ପ୍ରାୟ ୨ଟା ବେଳେ ବୁଧୁ କୌଣସି କଥାକୁ ନେଇ ପତ୍ନୀ ଶୁକୁମଣୀଙ୍କୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ। ତାଙ୍କ ଚିତ୍କାର ଶୁଣି ପାଖ ପଡୋÿଶୀ ଆସି ପହଞ୍ଚିଥିଲେ। ଶୁକୁମଣୀକୁ ଉଦ୍ଧାର କରାଯାଇ ଆରଜିଏଚ୍ରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ଶୁକୁମଣୀଙ୍କ ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ଚାନ୍ଦିପୋଷ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ବୁଧୁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ ତାଙ୍କର ରଞ୍ଜନ(୮), ସୁନିଲ(୭), ରାହୁଲ(୫) ଓ ରୋହିତ(୧) ଚାରି ଜଣ ପୁଅ ଅଛନ୍ତି। ସେମାନଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି। ବୁଧୁ ମାନସିକ ରୋଗୀ ଥିବା ସୂଚନା ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top