ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କୁ ଦୁବାଇରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା

ସମ୍ବଲପୁର, ୨୪/୩ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ୟୁଏଇ ଗସ୍ତରେ ଥିବା ଖ୍ୟାତିସମ୍ପନ୍ନ ବଂଶୀବାଦକ ପଦ୍ମ ବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କୁ ଦୁବାଇ ଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ୟୁଏଇ ଓଡ଼ିଆ ସମାଜ ପକ୍ଷରୁ ଆଜି ଦୁବାଇ ଠାରେ ପଣ୍ଡିତ ଚୌରାସିଆଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅନୁଷ୍ଠାନର ପ୍ରମୁଖ ସଦସ୍ୟ ତଥା ଟାଟା ସିପିଙ୍ଗର ସିଇଓ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅନୁଷ୍ଠାନର ସଭାପତି ଅମୀୟ କୁମାର ମିଶ୍ର, ଉପସଭାପତି ପ୍ରିୟଦର୍ଶୀ ପାଣିଗ୍ରାହୀ, ଯୁଗ୍ମ ସାଧାରଣ ସମ୍ପାଦକ ପ୍ରୀତିଶ ରଞ୍ଜନ ଦାଶ, ଯୁଗ୍ମ କୋଷାଧ୍ୟକ୍ଷ ରଜତ ରଥ, ଜନସମ୍ପର୍କ ସମ୍ପାଦକ(ଡିଜିଟାଲ) ଅବନୀ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସମ୍ଭ୍ରମ ପଟ୍ଟନାୟକ, ଯୁଗ୍ମ ଜନସମ୍ପର୍କ ସମ୍ପାଦିକା ନିର୍ଲିପ୍ତା ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପଣ୍ଡିତ ଚୌରାସିଆ ତାଙ୍କ ଉତ୍ତରରେ ଓଡ଼ିଶା ସହିତ ତାଙ୍କର ସମ୍ପର୍କ ବର୍ଣ୍ଣନା କରିଥିଲେ। ସେ ୟୁଏଇରେ ଓଡ଼ିଶା ଅନୁଷ୍ଠାନ ତରଫରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଓଡ଼ିଶାରେ ଏକ ଗୁରୁକୁଳ ପ୍ରତିଷ୍ଠାର ଇତିବୃତ୍ତିର ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସିନେ ତାରକା ଅମିତାଭ ବଚ୍ଚନ ଏବଂ ଶ୍ରୀମତୀ ଜୟା ବଚ୍ଚନ ଏହାକୁ ଉଦ୍ଘାଟନ କରିଥିଲେ ବୋଲି ଓଡ଼ିଶାରେ ତାଙ୍କର ସମ୍ପର୍କ ଯୋଗୁଁ ନିଜକୁ ଓଡ଼ିଆ ବୋଲି ବିବେଚନା କରନ୍ତି।

Leave a Reply

Your email address will not be published. Required fields are marked *